ସେଞ୍ଚୁରି ମାରିଲା ଟମାଟୋ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ସେଞ୍ଚୁରି ମାରିଲା ଟମାଟୋ । ହାଣ୍ଡିଶାଳରେ ଟମାଟୋର ସ୍ଥାନ ସ୍ୱତନ୍ତ୍ର । ପ୍ରତିଟି ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ଟମାଟୋର ରହିଛି ଚାହିଦା । ସମସ୍ତଙ୍କର ପ୍ରିୟ ପରିବାର ଟମାଟୋ ।  ଟମାଟୋ ନଥିଲେ ଖାଦ୍ୟର ସ୍ୱାଦ ଫିକା ପଡିଯାଏ । କିନ୍ତୁ ଏବେ ଏହି ଟମାଟୋକୁ ନେଇ ଗୃହିଣୀଙ୍କର ମୁଣ୍ଡ ବିନ୍ଧା ବଢିଯାଇଛି । କିଛିଦିନ ତଳେ ଦର ଥିଲା କେଜି ପ୍ରତି ୨୦ରୁ୨୫ ଟଙ୍କା । ଏବେ ୧୦୦ ଛୁଇଁଛି । ରାଜଧାନୀରେ ଟମାଟୋ ୧୦୦ ଛୁଇଁଥିବା ବେଳେ କଟକରେ ୮୦ ଟଙ୍କା ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଟମାଟୋ ଦର ଆକାଶ ଛୁଆଁ । କେବଳ ଟମାଟୋ ନୁହେଁ  ବିନ୍ସ,ଝୁଡଙ୍ଗ,ବାଇଗଣ,ପୋଟଳ ଭଳି ଅନ୍ୟ ପରିବା ଦର ମଧ୍ୟ ଆକାଶ ଛୁଆଁ ।

ବିନ୍ସ କିଲୋ ପିଛା ଦର ୨୦୦ ଟଙ୍କା ହୋଇଥିବାବେଳେ ବାଇଗଣ,ଝୁଡଙ୍ଗ,ପୋଟଳ ଆଦିର ଦର କିଲୋ ପିଛା ୧୦୦ ଟଙ୍କା ରହିଛି । ଉତ୍ପାଦନରେ ହ୍ରାସ ପାଉଥିବାରୁ ଟମାଟୋର ଏଭଳି ସଙ୍କଟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ବର୍ଷାରେ ବିଳମ୍ବ ହେତୁ ଟମାଟୋ ଉତ୍ପାଦନ କମ୍ ହୋଇଛି । । ମହାରରଷ୍ଟ୍ର,ମଧ୍ୟପ୍ରଦେଶ ଓ ବେଙ୍ଗାଲୁରୁରୁ ଓଡ଼ିଶାକୁ ଟମାଟୋ ଯୋଗାଣ ହୋଇଥାଏ । ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶରୁ ଓଡ଼ିଶାକୁ ଟମାଟୋ ଯୋଗାଣ ବନ୍ଦ ହୋଇଯାଇଛି । ଏବେ କେବଳ ବେଙ୍ଗାଲୁରୁ ଓଡ଼ିଶାକୁ ଟମାଟୋ ଯୋଗାଣ ହେଉଛି । ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଟମାଟୋ ଉତ୍ପାଦନକାରୀ ଦେଶ । କିନ୍ତୁ ଏବେ ଭାରତରେ ଟମାଟୋକୁ ନେଇ ସଙ୍କଟ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!