Masthead

କରାଚି ପୋଲିସ ମୁଖ୍ୟାଳୟରେ ଆତଙ୍କୀ ହାମଲା

୫ ଆତଙ୍କୀ ସହ ୪ ପୋଲିସ କର୍ମୀଙ୍କ ମୃତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୋଲିସ ମୁଖ୍ୟାଳୟରେ ଆତଙ୍କୀ ହାମଲା । ୫ ଆତଙ୍କୀ ସହ ୪ ପୋଲିସ କର୍ମୀଙ୍କ ମୃତ୍ୟୁ । ପାକିସ୍ତାନର କରାଚିରେ ଥିବା ପୋଲିସ ମୁଖ୍ୟାଳୟରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ । ଅର୍ଦ୍ଧସାମରିକ ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିୟମ ହୋଇଛି । ଏହି ଗୁଳି ବିନିମୟରେ ୫ ଆତଙ୍କବାଦୀ, ରେଞ୍ଜର ଓ ପୋଲିସ୍ କର୍ମଚାରୀ ସମେତ ୪ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୧୮ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ଶୁକ୍ରବାର ସନ୍ଧ୍ୟାରେ ଶରାହ-ଏ-ଫେସଲ ଅଂଚଳରେ ଏହି ଆକ୍ରମଣ ହୋଇଥିଲ ।

ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆତଙ୍କୀଙ୍କ ପାଖରେ ହ୍ୟାଣ୍ଡ ଗ୍ରେନେଡ ଏବଂ ଅଟୋମେଟିକ୍ ଗନ୍ ମଧ୍ୟ ଥିଲା । ଖବର ପାଇ ପାକିସ୍ତାନ ରେଞ୍ଜର୍ସ ଓ ପୋଲିସ ବାହିନୀ ମୁଖ୍ୟାଳୟର ଚାରିପଟକୁ ଘେରି ନେଇଥିଲେ । ତେବେ ରାତି ପ୍ରାୟ ୧୧ଟା ସୁଦ୍ଧା ଏହି ଅପରେସନ୍ ଶେଷ ହୋଇଥିଲା । ସୂଚନା ଅନୁସାରେ, ଆତଙ୍କବାଦୀମାନେ ପୋଲିସ ପୋଷାକ ପିନ୍ଧି ପ୍ରବେଶ କରିଥିଲେ । ଏହି ଆକ୍ରମଣ ପାଇଁ ପାକିସ୍ତାନରେ ଥିବା ତାଲିବାନୀ ଆତଙ୍କୀ ସଙ୍ଗଠନ ତେହରିକ୍-ଏ-ତାଲିବାନ ପାକିସ୍ତାନ ବା ଟିଟିପି ନିଜକୁ ଦାୟୀ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା