Masthead

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ବଧୁହତ୍ୟା ଅଭିଯୋଗ ଆଣିଲେ ଝିଅଘର ଲୋକେ। ବଡମହନପୁର ପଞ୍ଚାୟତ ସାନମହନପୁର ଗ୍ରାମର ଧରଣୀଧର ବେହେରାଙ୍କ ଝିଅ ସୁକାନ୍ତି ବେହେରାଙ୍କୁ ଅଳଭା ଗ୍ରାମର ମହେଶ୍ୱର ପାତ୍ରଙ୍କ ପୁଅ ବବ୍ରୁବାହନ ପାତ୍ର ୧୩ ବର୍ଷ ପୂର୍ବେ ଭଲପାଇ କୋର୍ଟରେ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ୧୧ ବର୍ଷର ଝିଅ ଓ ଗୋଟିଏ ଛଅ ବର୍ଷର ପୁଅ ଅଛି।

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବାରମ୍ବାର ଝଗଡ଼ା ହେଉଥିଲା। ସ୍ତ୍ରୀ ସୁକାନ୍ତି ମାଡ଼ ସହିନପାରି ବାପଘରକୁ ଯାଇ ବାପ ଭାଇଙ୍କୁ ଯୌତୁକ ବାବଦକୁ ଟଙ୍କା ମଧ୍ୟ ଆଣିଥିବା ପରିବାର ଲୋକେ କହିଛନ୍ତି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସୁକାନ୍ତି ରୋଷେଇ କରି ପୁଅ ଝିଅ ଶ୍ୱଶୁର ଓ ସ୍ୱାମୀ କୁ ଖାଇବାକୁ ଦେଇଥିଲେ। ପୁଅ, ଝିଅ ଓ ଶଶୁର ଖାଇ ସାରି ଗାଁ ଭିତରେ ଥିବା ଆରପଟ ଘରକୁ ଶୋଇବା ପାଇଁ ଯାଇଥିଲେ । କିନ୍ତୁ ଗୁରୁବାର ସ୍ତ୍ରୀ ସୁକାନ୍ତି ଧାନବସ୍ତା ଥିବା ଏକଘରେ ମରି ପଡିଥିଲେ। ସୁକାନ୍ତିଙ୍କ ମୃତ ଶରୀର ନିକଟରେ ସ୍ବାମୀ ବବ୍ରୁବାହନ ଓ ସୁକାନ୍ତିଙ୍କ ଘରପାଖ ଦିଅର ଥିବା ଦେଖି ସୁକାନ୍ତିଙ୍କ ଭାଉଜ ପାଟି କରିଥିଲେ ।

ବବ୍ରୁବାହନଙ୍କୁ ଅଟକାଇଥିଲେ । କିନ୍ତୁ ବବ୍ରୁବାହନ ବାହାନା କରି ଖସି ଯାଇଥିଲେ। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଂଚି ପଚରା ଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ପରେ ବବ୍ରୁବାହନଙ୍କୁ ଏକ ପୋଖରୀ ହୁଡ଼ାରେ ଲୁଚି ବସିଥିବା ସମୟରେ ଧରିଥିଲା। ମାଆ ସୁକାନ୍ତି ସିନା ମରିଗଲେ ମାଆ ଛେଉଣ୍ଡ ହୋଇଗଲେ ଏହି ଦୁଇ ପିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି