Masthead

ଆକ୍ସନ ମୁଡ଼ରେ ବାଇଡେନ ସରକାର

ବଡ଼ ଖବର : ଆକ୍ସନ ମୁଡ଼ରେ ବାଇଡେନ ସରକାର । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଲାଗୁ କରିଥିବା ଗୋଟିଏ ପରେ ଗୋଟିଏ ନିୟମକୁ ତାଙ୍କ ଉତ୍ତରାଧିକାରୀ ଜୋ ବାଇଡେନ୍ ରଦ୍ଦ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାରେ ପ୍ରବେଶ କରି କାମ କରିବା ପାଇଁ ଆବଶ୍ୟକ ଗ୍ରୀନ କାର୍ଡ ଆବେଦନ ଉପରେ ଟ୍ରମ୍ପ ଗତବର୍ଷ ଲଗାଇଥିବା ବ୍ୟାନକୁ ରାଷ୍ଟ୍ରପତି ବାଇଡେନ୍ ରଦ୍ଦ କରିଦେଇଛନ୍ତି।

ଏଣିକି ଆମେରିକାକୁ ବାହାର ଦେଶର ଲୋକ କାମ କରିବାକୁ ଆସିବା ପାଇଁ ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିପାରିବେ ଓ ଏହାକୁ ତାଙ୍କୁ ପୂର୍ବଭଳି ମିଳିପାରିବ। ମହାମାରୀ କରୋନାରେ ଆମେରିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହା ଫଳରେ ଦେଶର ଅର୍ଥନୀତି ଦୋହଲି ଯିବା ସହ ବେକାରୀ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଏହି କାରଣରୁ ଟ୍ରମ୍ପ ଆମେରିକାବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗ୍ରୀନ୍ କାର୍ଡ ଆବେଦନ ଉପରେ ବ୍ୟାନ୍ ଲାଗୁ କରିଥିଲେ। କିନ୍ତୁ ବାଇଡେନ୍ ଏହାକୁ ରଦ୍ଦ କରି କହିଛନ୍ତି, ବ୍ୟାନ୍ ନିଷ୍ପତ୍ତି ଦ୍ୱାରା ଆମେରିକାରେ ରହୁଥିବା ଲୋକମାନଙ୍କ ପରିବାରର ପରସ୍ପର ଠାରୁ ଅଲଗା ହୋଇ ଯାଉଛନ୍ତି।

ସେହିପରି ଦେଶର ବ୍ୟବସାୟ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହେଉଛି। ତେଣୁ ଆମ ପ୍ରଶାସନ ଦେଶରେ ଗ୍ରୀନ କାର୍ଡ ଆବେଦନ ଉପରେ ଲାଗୁ ହେଉଥିବା ବ୍ୟାନକୁ ରଦ୍ଦ କରୁଛି। ଟ୍ରମ୍ପ କ୍ଷମତାରେ ଥିବାବେଳେ ଶରଣାର୍ଥୀଙ୍କ ଉପରେ ଏକାଧିକ କଟକଣା ଲାଗୁ କରିଥିଲେ। ଏହି କାରଣରୁ ଆମେରିକାରେ ଥିବା କମ୍ପାନୀଗୁଡ଼ିକରେ କାମ କରୁଥିବା ବାହାର ଦେଶର ଲୋକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିରେ କମ୍ପାନୀଗୁଡ଼ିକ ମଧ୍ୟ ବ୍ୟବସାୟିକ କ୍ଷତି ସହୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ