Masthead

ସୋନୁ ସୁଦ୍ କହିଲେ ଆସୁଛି ଏତେ କଲ୍, ସାହାଯ୍ୟ କରିବାକୁ ଲାଗିଯିବ ୧୧ ବର୍ଷ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ଲୋକ । ବଲିଉଡ଼ର ରିଲ ହିରୋରୁ ରିୟଲ ହିରୋ ସାଜିଥିବା ସୋନୁ ସୁଦ ଲଗାତାର ଭାବେ ଲୋକଙ୍କ ସେବାରେ ଲାଗିଛନ୍ତି । ଯେକୌଣସି ସମୟରେ ତାଙ୍କୁ ଖୋଜିଲେ ବିପଦର ବନ୍ଧୁ ପରି ଲୋକଙ୍କ ପାଖରେ ଛିଡ଼ା ହୋଇଯାଉଛନ୍ତି । ଆଉ ଏଥିରେ ତାଙ୍କୁ ସାହାଯ୍ୟ କରୁଛି ତାଙ୍କ ଟିମ । ଗତ ଲକଡାଉନ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଅସହାୟଙ୍କୁ ସୁବିଧା ଯୋଗାଇ ଆସିଛନ୍ତି । ଏକ ସାକ୍ଷାତକାରରେ ସୋନୁ କହିଛନ୍ତି ଯେ, ସେ ନିୟମିତ ୨୨ଘଣ୍ଟା କାମ କରୁଛନ୍ତି । ଆଉ ପ୍ରତିଦିନ ତାଙ୍କ ପାଖକୁ୪୦ରୁ ୫୦ ହଜାର ଫୋନ କଲ ଆସୁଛି ।

ବିଭିନ୍ନ ସମସ୍ୟା ନେଇ ଲୋକ ମାନେ ସୋନୁ ସୁଦଙ୍କୁ ଯୋଗାଯୋଗ କରୁଛନ୍ତି । ତେବେ ସେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ଯେ, ସମସ୍ତଙ୍କ ପାଖରେ ପହଞ୍ଚିବା ଆମ ପକ୍ଷେ ସମ୍ଭବପର ହେଉ ନାହିଁ । ସେଥିପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ଟିମରେ ରେମଡେସିଭିର ଇଞ୍ଜେକ୍ସନର ବ୍ୟବସ୍ଥା ପାଇଁ ୧୦ ଜଣ ଲାଗିଛନ୍ତି । ପ୍ରତିଦିନ ବିଭିନ୍ନ ଜାଗାକୁ ଯାଇ ଇଞ୍ଜେକ୍ସନ ଯୋଗାଡ଼ କରୁଛନ୍ତି । ସାରା ଦେଶର ବିଭିନ୍ନ ଡାକ୍ତରଙ୍କ ସହ ଫୋନ ଯୋଗେ କଥା ହେଉଛୁ । ବେଡ଼ ଯୋଗାଡ଼ରେ ମଧ୍ୟ ଲାଗିଛନ୍ତି ସୋନୁଙ୍କ ଟିମ । ଏହାଛଡ଼ା ସେ କହିଛନ୍ତି ଯେ, ପ୍ରତିଦିନ ଆମକୁ ଯେତିକି ଫୋନ କଲ, ମେସେଜ, ଟ୍ୱିଟ ଆସୁଛି ସେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ୧୧ବର୍ଷ ସମୟ ଲାଗିବ । ଏକାଥରେ ଏତେ ଲୋକଙ୍କୁ ସାହାଯ୍ୟ କରିବା ସମ୍ଭବ ହେଉନି । ଯେଉଁ କାରଣରୁ ନିଜ ଅସହାୟତା ମଧ୍ୟ ପ୍ରକାଶ କରିଛନ୍ତି ସୋନୁ ସୁଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ