ହାଣ୍ଡିଶାଳରେ ଝଡ଼, ଚିନ୍ତା ବଢାଉଛି ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୌଳ କମ୍ପାନୀ ତରଫରୁ ମିଳିଲା ଆଉ ଏକ ଶକ୍ତ ଝଟକା । ଜନ ସାଧାରଣଙ୍କ ପାଇଁ ବଢିଲା ଆଉ ଏକ ଚିନ୍ତା । ଗୋଟେ ପଟେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଉଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି । ତେଣେ ହାଣ୍ଡିଶାଳରେ ସୃଷ୍ଟି ହେଲାଣି ଝଡ଼ । ବୃଦ୍ଧି ପାଇଛି ଘରୋଇ ଗ୍ୟାସ ସିଲିଣ୍ଡରର ଦାମ । ଏହି ଦର ବୃଦ୍ଧି ପରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ଦାମ ୭୬୯ ଟଙ୍କାରୁ ୭୯୪ ଟଙ୍କା ହୋଇଯାଇଛି ।

ଏହି ନୂଆ ଦର ୨୫ ତାରିଖ ମଧ୍ୟରାତ୍ରିରୁ ଲାଗୁ ହେବାକୁ ଯାଉଛି । ଫେବୃଆରୀରେ ୩ ଥର ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ଫେବୃଆରୀ ୪ରେ ସରକାର ଏଲପିଜି ସିଲିଣ୍ଡରର ଦାମ ୨୫ ଟଙ୍କା ବଢାଇଥିଲେ । ଏହାପରେ ୧୫ ତାରିଖରେ ୫୦ ଟଙ୍କା ବଢିଥିଲା । ଏବେ ପୁଣି ୨୫ ଟଙ୍କା ବଢିଛି ଗ୍ୟାସ ସିଲିଣ୍ଡରର ଦାମ । ଚଳିତ ମାସରେ ଗ୍ୟାସ ସିଲିଣ୍ଡରର ଦାମ ୩ ଥର ବୃଦ୍ଧି ପାଇଛି । ବିନା ସବସିଡିରେ ମିଳୁଥିବା ସିଲିଣ୍ଡରର ଦାମରେ ଆଉ ୨୫ ଟଙ୍କା ବୃଦ୍ଧି ପାଇଛି ।

ଡିସେମ୍ବର ପହିଲାରୁ ଗ୍ୟାସ ସିଲିଣ୍ଡରର ଦର ୫୯୪ ଟଙ୍କାରୁ ୬୪୪ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହାପରେ ପୁଣି ଜାନୁଆରୀ ପହିଲାରୁ ୫୦ ଟଙ୍କା ବଢିଥିଲା ଦାମ । ଫଳରେ ଗ୍ୟାସ ଦର ୬୪୪ ଟଙ୍କାର ସିଲିଣ୍ଡର ୬୯୪ ଟଙ୍କା ହୋଇଥିଲା । ସେହିପରି ୪ ଫେବ୍ରୃଆରୀରେ ମଧ୍ୟ ଦର ବଢି ୭୧୯ ରେ ପହଞ୍ଚିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!