Masthead

“ବଡ଼ ଖବର”ର ବଡ଼ ପ୍ରଭାବ, ଗିରଫ ହେଲା ଧୋକାବାଜ ପ୍ରେମିକ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ବର୍ଷେ ପୂର୍ବର ମହେଶ୍ୱେତା ଆତ୍ମହତ୍ୟା ଘଟଣାରେ ଆଜି ସୁବାସ ସାହୁକୁ ଗିରଫ କଲା କେନ୍ଦୁଝର ପୋଲିସ ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଦୁଅଡିହା ଗ୍ରାମର ମହେଶ୍ୱେତା ସାହୁ ଗତ ବର୍ଷ ସେପ୍ଟେମ୍ବର ୨୫ରେ ଆତ୍ମହତ୍ୟା କରିଥିଲା । ଆତ୍ମହତ୍ୟା କରିବା ପରେ ପରିବାର ଲୋକଙ୍କ ହାତରେ ଲାଗିଥିଲା ଏକ କଲ୍ ରେକର୍ଡ ଅଡିଓ ।

ସେଥିରୁ ସ୍ପଷ୍ଟ ଜାଣିବାକୁ ପାଇଥିଲେ ଯେ ସେ ଭଲ ପାଉଥିବା ଭଅଁରପୁର ଗ୍ରାମର ସୁବାସ ସାହୁର ବ୍ଲାକ୍-ମେଲିଂକୁ ସହି ନପାରି ଆତ୍ମହତ୍ୟା କରିଥିଲା । ତେବେ ଗତ ବର୍ଷ ସୁବାସ ସାହୁଙ୍କ ବିରୁଦ୍ଧରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଘଟଣାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ ମାରି ବସିଥିଲା ।

ମହେଶ୍ୱେତାଙ୍କ ବାପା-ମାଆ ଚଳିତ ବର୍ଷ ‘ବଡ଼ ଖବର’ ମୁଖ୍ୟ ସମ୍ପାଦକଙ୍କୁ ନ୍ୟାୟ ଭିକ୍ଷା କରିଥିଲେ । ତାପରେ ‘ବଡ଼ ଖବର’ ଟିମ ଘଟଣାର ତଦନ୍ତ ଆରମ୍ଭ କରି ଲଗାତାର ବିଗତ ପାଂଚ ଦିନ ହେବ ଖବର ପ୍ରସାରଣ କରିଥିଲା । ଫଳରେ ପୋଲିସ ଆଜି ଅଭିଯୁକ୍ତ ସୁବାସ ସାହୁକୁ ଗିରଫ କରିଥିବା ଜଣାପଡିଛି । ତେବେ ପୋଲିସ ଘଟଣା ସମ୍ପର୍କରେ କିଛି ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଆସନ୍ତାକାଲି ସୁବାସକୁ କୋର୍ଟ ଚାଲାଣ କରାଯିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା