Before Header

ଦୀପାବଳି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

0 15

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଆଲୋକର ପର୍ବ ଦୀପାବଳି । ଏନେଇ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଦୀପାବଳିର ଶୁଭ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ଆଲୋକ ପର୍ବ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧତା ଏବଂ ଶୁଭଫଳ ଆଣୁ ।

ସେପଟେ ଦୀପାବଳି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି । ତେବେ ସମସ୍ତଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି । ଆଲୋକ ଏବଂ ସୁଖର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ନୂତନ ଶକ୍ତି, ଆଲୋକ, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ସହିତ ଆଲୋକିତ କରୁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ କରିଛନ୍ତି ।

 

Leave A Reply

Your email address will not be published.