Masthead

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଫେରିଯିବାକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଫେରାଇ ନେବା ପାଇଁ କେନ୍ଦ୍ରର ଚିଠି । ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ତୁରନ୍ତ ରିଲିଭ୍ କରିବାକୁ ଚିଠି ଲେଖାଯାଇଛି । ମେ ୩୧ ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ରିପୋର୍ଟ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ବାତ୍ୟା ସମୀକ୍ଷା ବୈଠକ କରାଇଥିଲେ । ମାତ୍ର ବୈଠକକୁ ମମତା ବାନାର୍ଜି ଅଧ ଘଣ୍ଟା ବିଳମ୍ବରେ ଆସିଥିଲେ ଏବଂ କ୍ଷୟକ୍ଷତିର ରିପୋର୍ଟ ଦେଇ ଅନ୍ୟସ୍ଥାନରେ ମିଟିଂ ଅଛି କହି ୧୫ମିନିଟରେ ବୈଠକ ଛାଡି ଚାଲିଯାଇଥିଲେ ।

ମୁଖ୍ୟ ଶାସନ ସଚିବ ମଧ୍ୟ ବିଳମ୍ବରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟାର କ୍ଷୟକ୍ଷତିକୁ ନେଇ ରିପୋର୍ଟ ଦାଖଲ କରି ୨୦ ହଜାର କୋଟି ଟଙ୍କାର ସହାୟତା ଦାବି କରିଥିବା କହିଛନ୍ତି । ଦୀଘାରେ ହୋଇଥିବା କ୍ଷୟକ୍ଷତି ପାଇଁ ୧୦ ହଜାର କୋଟି ଏବଂ ସୁନ୍ଦରବନ ପାଇଁ ୧୦ ହଜାର କୋଟି ଟଙ୍କା ମାଗିଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତେବେ ଏହି ଘଟଣାର କିଛି ସମୟ ପରେ କେନ୍ଦ୍ରରୁ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଚିଠି ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା