Masthead

ଆରପାରିରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚାଲିଗଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ । ଜଗତସିଂହପୁର ଜିଲ୍ଲା ବିରିଡି ନିକଟସ୍ଥ ମଇନ୍ଦିପୁରରେ ଜନ୍ମ ଗ୍ରହଣ କରିଥିବା ବସନ୍ତ ଦାସ ଉଚ୍ଚଶିକ୍ଷା ଲାଭ କରି ସାମ୍ବାଦିକ ବୃତ୍ତିକୁ ଅବଲମ୍ବନ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରେରଣାରେ ଇଷ୍ଟର୍ଣ୍ଣ ଟାଇମ୍ସରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ ବସନ୍ତ ଦାସ । ପରେ ସ୍ୱରାଜ୍ୟ ଓ ଜନଶକ୍ତିରେ କାମକରି ଜଣେ ଦକ୍ଷ ସାମ୍ବାଦିକର ପରିଚୟ ଦେଇଥିଲେ । ଅମୃତ ବଜାର ପତ୍ରିକା ଏବଂ ପରେ ଯୁଗାନ୍ତରରେ କାର୍ଯ୍ୟ କରିଥିଲେ । ଅବସର ପରେ ଓଡିଶା ରାଜନୀତିର ସମୀକ୍ଷା ଓ ସମାଲୋଚନାମୂଳକ ଅନେକ ଲେଖା ତାଙ୍କର ପ୍ରକାଶ ପାଇଛି । ପଲିଟିକାଲ ହିଷ୍ଟ୍ରି ଅଫ୍ ମଡର୍ଣ୍ଣ ଓଡିଶା ତାଙ୍କର ଅନବଦ୍ୟ ସୃଷ୍ଟି ।

ଯେ ଦେଶେ ଯାଇ ସେ ଫଳ ଖାଇ ଭ୍ରମଣ କାହାଣୀ ପାଇଁ ସାମ୍ବାଦିକ ବସନ୍ତ ଦାସଙ୍କୁ ମିଳିଛି ସାହିତ୍ୟ ଏକାଡେମୀ ପୁରସ୍କାର । ରାଜ୍ୟ ଓ ଜାତୀୟ ସ୍ତରର ବହୁ ସାମ୍ବାଦିକ ସଙ୍ଗଠନ ସେ ଜଡିତ ଥିଲେ । ଦୁଇଟି ଟିକା ନେଇ ମଧ୍ୟ ସେ କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶୁକ୍ରବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଓଡିଶା ଗଣମଧ୍ୟମ ସ୍ତବ୍ଧ ହୋଇଯାଇଛି । ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସାହିତ୍ୟ ଓ ସାମ୍ବାଦିକ କ୍ଷେତ୍ରର ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ