Masthead

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭେଟି ଦେବେ ୬୮ ହଜାର କୋଟିର ପ୍ରକଳ୍ପ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସମ୍ବଲପୁର ରେମେଡ ପଡ଼ିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁର ଆଇଆଇଏମ୍‌ର ନୂତନ ବିଲ୍ଡିଂର କରିବେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଏହାସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ମଧ୍ୟ କରିବେ ମୋଦି । ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି।

ଏଥିସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲାଇନ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଚଳାଚଳ ଏବଂ ଷ୍ଟେସନ ବିଲଡିଂର ଶୁଭାରମ୍ଭ କରିବେ। ଏହା ପରେ ରେମେଡରେ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ମୋଦି । ଏହି ସମାବେଶର ନାଁ ରହିଛି ‘ବିଶାଳ ଗ୍ୟାରେଣ୍ଟି ସମାବେଶ’ । ପଶ୍ଚିମ ଓଡିଶାର ୫ଟି ଲୋକସଭା କ୍ଷେତ୍ରରୁ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହେବ । ଏହି ସମାବେଶରେ ସମ୍ବଲପୁର, ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜନସାଧାରଣ ସାମିଲ ବେବେ ।
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆଜି ଦିନ ୧ଟା ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦିନ ଗୋଟାଏ ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ। ସେଠାରୁ କାର୍ୟ୍ୟକ୍ରମ ସାରି ଦିନ ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ। ରେମେଡ ସଭାସ୍ଥଳରେ ୩ଟା ୧୫ରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବା ପରେ ଅପରାହ୍ନ ୫ଟା ବେଳେ ନୂଆଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଦିଙ୍କ ଗସ୍ତ ବେଳେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ଦାୟିତ୍ୱରେ ୭ ଜଣ କମାଣ୍ଡାଣ୍ଟଙ୍କ ସହ ପ୍ରାୟ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯାଇଛି।

ଆଜି ସମ୍ବଲପୁରରେ ହେବ ମୋଦି-ନବୀନ ଭେଟ। ଅର୍ଥାତ ଆଇଆଇଏମର ନୂଆ କ୍ୟାମ୍ପସ ଉଦଘାଟନୀ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଉଥିବା କୁହାଯାଉଛି। ଯେଉଁଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ଉଭୟ ନେତା ଉପସ୍ଥିତ ରହିବେ। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ଗୋଟିଏ ମଞ୍ଚରେ ପିଏମ୍-ସିଏମ୍ ଉପସ୍ଥିତି ଏବଂ ସମ୍ଭାବ୍ୟ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଏବେ ଜୋର ଧରିଛି ଚର୍ଚ୍ଚା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି