Masthead

କଂଗ୍ରେସ ଖେଳିଲା ମହିଳା କାର୍ଡ, କ୍ଷମତାକୁ ଆସିଲେ ୫୦ ପ୍ରତିଶତ ସଂରକ୍ଷଣ

ଆସାମ(ବଡ଼ ଖବର ବ୍ୟୁରୋ): ଆସାମରେ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା । ଆସାମରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତାହେଲେ ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ । ତା ସହ ୫ ଲକ୍ଷ ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି । ଏହା ଘୋଷଣା କରିଛନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସର ପ୍ରମୁଖ ସୁଷ୍ମିତା ଦେବ । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୌତିକ ଦଳମାନେ ଏଭଳି ଲୋଭନୀୟ ଇସ୍ତାହାରମାନ ଘୋଷଣା କରିବାରେ ଲାଗିଛନ୍ତି । ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ଆସାମବାସୀଙ୍କ ପାଇଁ ୫ ଟି ବଡ ଘୋଷଣା କରିଥିଲେ ।

ଯାହା ମଧ୍ୟରେ ରହିଛି ଆସାମର ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ୫ ଲକ୍ଷ ସରକାରୀ ଚାକିରୀର ଗ୍ୟାରେଣ୍ଟି , ପ୍ରତ୍ୟେକ ଘରୋଇ ମହିଳାମାନଙ୍କ ପାଇଁ ପ୍ରତିମାସ ୨ ହଜାର ଟଙ୍କା ଭତ୍ତା, ସମସ୍ତଙ୍କୁ ୨୦୦ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଜୁଳି, ସଂଶୋଧିତ ନାଗରିକ ଆଇନକୁ ରଦ୍ଦ କରିବାକୁ ନୂଆ ଆଇନ ଓ ଚା’ ବଗିଚାରେ କାମ କରୁଥିବା ମଜୁରୀଆଙ୍କ ଦୈନିକ ମଜୁରୀ ୩୬୫ ଟଙ୍କାକୁ ବୃଦ୍ଧି । ବେରୋଜଗାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ୱେବସାଇଟ ଖୋଲାଯାଇଛି ବୋଲି କହିଛନ୍ତି ଆସାମ କଂଗ୍ରେସର ବିଧାୟକଦଳ ନେତା ଦେବଦତ୍ତ ସୌଫିଆ । ଏଥିରେ ସେମାନେ ତାଙ୍କ ନାମ ପଞ୍ଜିକରଣ କରିପାରିବେ । କଂଗ୍ରେସ ସରକାରକୁ ଆସିଲେ ପ୍ରଥମେ ସେମାନଙ୍କୁ କିଭଳି ନିଯୁକ୍ତି ଦିଆଯିବ ତାହା ଉପରେ କାମ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ