ଆସାମ(ବଡ଼ ଖବର ବ୍ୟୁରୋ): ଆସାମରେ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା । ଆସାମରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତାହେଲେ ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ । ତା ସହ ୫ ଲକ୍ଷ ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି । ଏହା ଘୋଷଣା କରିଛନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସର ପ୍ରମୁଖ ସୁଷ୍ମିତା ଦେବ । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୌତିକ ଦଳମାନେ ଏଭଳି ଲୋଭନୀୟ ଇସ୍ତାହାରମାନ ଘୋଷଣା କରିବାରେ ଲାଗିଛନ୍ତି । ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ଆସାମବାସୀଙ୍କ ପାଇଁ ୫ ଟି ବଡ ଘୋଷଣା କରିଥିଲେ ।

ଯାହା ମଧ୍ୟରେ ରହିଛି ଆସାମର ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ୫ ଲକ୍ଷ ସରକାରୀ ଚାକିରୀର ଗ୍ୟାରେଣ୍ଟି , ପ୍ରତ୍ୟେକ ଘରୋଇ ମହିଳାମାନଙ୍କ ପାଇଁ ପ୍ରତିମାସ ୨ ହଜାର ଟଙ୍କା ଭତ୍ତା, ସମସ୍ତଙ୍କୁ ୨୦୦ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଜୁଳି, ସଂଶୋଧିତ ନାଗରିକ ଆଇନକୁ ରଦ୍ଦ କରିବାକୁ ନୂଆ ଆଇନ ଓ ଚା’ ବଗିଚାରେ କାମ କରୁଥିବା ମଜୁରୀଆଙ୍କ ଦୈନିକ ମଜୁରୀ ୩୬୫ ଟଙ୍କାକୁ ବୃଦ୍ଧି । ବେରୋଜଗାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ୱେବସାଇଟ ଖୋଲାଯାଇଛି ବୋଲି କହିଛନ୍ତି ଆସାମ କଂଗ୍ରେସର ବିଧାୟକଦଳ ନେତା ଦେବଦତ୍ତ ସୌଫିଆ । ଏଥିରେ ସେମାନେ ତାଙ୍କ ନାମ ପଞ୍ଜିକରଣ କରିପାରିବେ । କଂଗ୍ରେସ ସରକାରକୁ ଆସିଲେ ପ୍ରଥମେ ସେମାନଙ୍କୁ କିଭଳି ନିଯୁକ୍ତି ଦିଆଯିବ ତାହା ଉପରେ କାମ କରିବ ।

Leave a Reply

Your email address will not be published. Required fields are marked *