Masthead

ଦେଶର ନୂଆ କାଶ୍ମୀର ହେଉଛି ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଦେଶର ନୂଆ କାଶ୍ମୀର ହେଉଛି ଉତ୍ତରପ୍ରଦେଶ । ଏପରି କହି ଚର୍ଚ୍ଚାରେ ବର୍ତ୍ତମାନ ଜାମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା । ନିଜର ବୟାନକୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେଉଥିବା ଅମର ଅବଦୁଲ୍ଲା ପୁଣି ଆଉ ଥରେ ଏପରି କହି ଚର୍ଚ୍ଚାରେ ରହିଛନ୍ତି । ସେପଟେ ଦୀର୍ଘ ଦିନ ଧରି ଗୃହବନ୍ଦୀରେ ରହିବା ପରେ ଶାସକ ଦଳକୁ ଅମର ଅବଦୁଲ୍ଲା ଟାର୍ଗେଟ କରିଛନ୍ତି । ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଘଟିଥିବା ଘଟଣା ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ଏନେଇ ଶାସକ ଦଳକୁ କଡ଼ା ସମାଲୋଚନା କରୁଥିବାର ଦେଖିବାକୁ ମଳିଛି । ଏପରିକି ଏହି ପ୍ରସଙ୍ଗ ବର୍ତ୍ତମାନ ସାରା ଦେଶର ରାଜନୀତିକୁ ବେଶ ଚଳଚଞ୍ଚଳ କରିଦେଇଛି ।

  କିଏ କେନ୍ଦ୍ର ଉପରେ ସିଧା ଟାର୍ଗେଟ କରୁଥିବା ବେଳେ ଆଉ କିଏ ଏହାକୁ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବ୍ୟବହାର କରୁଛନ୍ତି । ଏହା ମଧ୍ୟରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା ଉତ୍ତରପ୍ରଦେଶକୁ କାଶ୍ମୀର ସହ ତୁଳନା କରିଛନ୍ତି । ଏଖବର  ବର୍ତ୍ତମାନ ସାରା ଦେଶରେ ବେଶ ଚର୍ଚ୍ଚାରେ ରହିଛି । କାହିଁକିନା ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ଯେଉଁ ପରିସ୍ଥିତି ଉପୁଜିଥିଲା । ସେହି ପରିସ୍ଥିତି ବର୍ତ୍ତମାନ ଉତ୍ତରପ୍ରଦେଶରେ ଘଟିବାରେ ଲାଗିଛି । ଧାରା ୩୭୦ ଉଠିବା ପରେ ଜାମ୍ମୁ-କାଶ୍ମୀରରେ ବିରୋଧୀ ଦଳ ନେତାମାନଙ୍କର ପ୍ରବେଶକୁ ବାରଣ କରାଯାଇଥିଲା । ଠିକ ସେହିପରି ବର୍ତ୍ତମାନ ଉତ୍ତରପ୍ରଦେଶରେ ଘଟୁଛି । ବିରୋଧୀ ଦଳର ନେତାମାନଙ୍କୁ ଉତ୍ତରପ୍ରଦେଶ ଯିବାକୁ ମନା କରାଯାଉଛି । ଏପରିକି ଲକ୍ଷେ୍ନø ବିମାନବନ୍ଦରରୁ ମଧ୍ୟ ବିରୋଧୀ ଦଳର ନେତାମାନଙ୍କୁ ଫେରାଇ ଦିଆଯାଉଛି ।  କେବଳ ଏତିକି ନୁହେଁ ବରଂ ଅମର ଅବଦୁଲ୍ଲାଙ୍କ ପରେ ପରେ ଏଘଟଣାରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ମୁହଁ ଖୋଲିଛନ୍ତି ।

ତେବେ ଉତ୍ତରପ୍ରଦେଶରେ ଯାହା ଘଟୁଛି ତାହା ଗଣତନ୍ତ୍ର ବିରୋଧରେ ବୋଲି ମେହବୁବା ମୁପ୍ତି କହିଛନ୍ତି । ଏଇଠି ପ୍ରଶ୍ନ ଉଠୁଛି ଲଖିମପୁର ଘଟଣାକୁ ସାମ୍ନାରେ ରଖି ବିରୋଧୀ ଦଳ ନିଜର ରାଜନୈତିକ ଶିକ୍କାକୁ ମଜବୁ୍ତ କରୁନାହାଁନ୍ତି ତ? କାହିଁକିନା ଚାଷୀଙ୍କୁ ଅଣଦେଖା କରି ସମସ୍ତେ ପୂର୍ବ ଘଟଣାକୁ ମନେପକାଇଛନ୍ତି । ଅନ୍ୟପଟେ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟନିଙ୍କ ପୁଅ ଆଶିଷ ମିଶ୍ରା ଗାଡ଼ି ଚଢାଇଦେଇଥିଲେ ।

ଏହି ଦୁର୍ଘଟଣାରରେ ୮ ଜଣ କୃଷକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହା ସହ କେନ୍ଦ୍ର ରାଜ୍ୟମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ପୁଅ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଛି । କୃଷକ ସରକାରଙ୍କ ନୂତନ କୃଷି ଆଇନକୁ ନେଇ ବାରମ୍ବାର ଦାବି କରିଆସୁଛନ୍ତି । ଭାରତ ଭଳି ଏକ କୃଷି ପ୍ରଧାନ ରାଷ୍ଟ୍ରରେ ଯଦି ଚାଷୀ ହିଁ ସୁରକ୍ଷିତ ନାହାଁନ୍ତି ତାହାଲେ ଗଣତନ୍ତ୍ର କେତେ ସୁରକ୍ଷାରେ ରହିଛି ତାହା ସ୍ପଷ୍ଟ ବାରି ହେଇଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର