Masthead

ମଣ୍ଡିରେ ନଷ୍ଟ ହେଉଛି ୨ଲକ୍ଷ ୫୮ ହଜାର କ୍ୱିଣ୍ଟାଲ ଧାନ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ମଣ୍ଡିରେ ପଡି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । କେଉଁଠି ଧାନ ପଚି ନଷ୍ଟ ହେଲାଣି ତ ପୁଣି କେଉଁ ଧାନ ଉଇ ଖାଇଲାଣି । ଆଉ କେଉଁଠି ଗାଈଗୋରୁ ଖାଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଆର ଏମ ସି ଅଧିନ ଲଖମରା, ଜଗଦଲପୁର, ଲୁଉଡିଦହା ଓ ଝାରବନ୍ଧ ମଣ୍ଡିରେ । ଆରଏମସି ଅଧିନ ୭୦ଟି ମଣ୍ଡିରେ ୨ଲକ୍ଷ ୫୮ହଜାର କ୍ୱିଣ୍ଟାଲ ଧାନ ଦୀର୍ଘ ଚାରିମାସ ହେବ ପଡି ରହିଛି ।

କିନ୍ତୁ ବୈଦ୍ଧ ପଞ୍ଜିକରଣ ଓ ଟୋକନ ସତ୍ୱେ ସରକାର ଧାନ କିଣିବାରେ ବିଫଳ ହେଉଛନ୍ତି । ଧାନ ମଣ୍ଡିରେ ଏବେ ଧାନ ଗଜା ହେବାକୁ ଲାଗିଲାଣି । କିନ୍ତୁ ମଣ୍ଡିରୁ ବିକ୍ରି ହୋଇପାରୁନି ଧାନ । ଯାହା ଫଳରେ ଚାଷୀକୂଳ ଏବେ ଚିନ୍ତାରେ । ସରକାରଙ୍କ ଉପରେ ବଶ୍ୱାସ ହରାଇ ଚାଷୀ ଏବେ ୧୩୦୦ରୁ ୧୪୦୦ ଟଙ୍କାରେ ଛତିଶଗଡ ବେପାରୀଙ୍କୁ ଧାନ ବିକ୍ରି କରୁଛନ୍ତି ।

ଆଉ କିଛି ଚାଷୀ ଏବେ ମଣ୍ଡିରୁ କାନ୍ଦି କାନ୍ଦି ଘରକୁ ଧାନ ବସ୍ତା ଧରି ଫେରୁଛି । ଫେବୃୟାରୀ ୧୧ରୁ ମଣ୍ଡିରୁ ଦାନ ଉଠିବା ନେଇ ପଦ୍ମପୁର ଉପଖଣ୍ଡରେ ଚାଷୀ ଆନ୍ଦୋଳନ ଜାରୀ ରହିଛି । ହେଲେ ମଣ୍ଡିରୁ ଧାନ ନଉଠିବାରୁ ଚାଷୀ ହତାଶ । ଏପଟେ ରବି ଋତୁର ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଗଲାଣି । ଖରିଫ ଋତୁର କରଜ ସୁଝି ନପାରି ଚାଷୀ ରବି ଋତୁରେ କିପରି ଧାନ ଚାଷ କରିବ ତାଙ୍କୁ ନେଇ ଚିନ୍ତାରେ ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା