Masthead

ଗୋଟିଏ ନମ୍ବରରେ ୩ ସେବା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଜରୁରୀ ସେବା ପାଇଁ ଆଉ କରିବାକୁ ପଡ଼ିବ ନାହିଁ ବିଭିନ୍ନ ନମ୍ବରରେ କଲ । ଗୋଟିଏ ନମ୍ବରକୁ କଲ କଲେ ମିଳିବ ୩ ପ୍ରମୁଖ ଜରୁରୀକାଳୀନ ସେବା । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ । ୧୧୨କୁ କଲ କଲେ ମିଳିବ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ।

୧୧୨ଜରୁରୀକାଳୀନ ସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ ସନ୍ଧ୍ୟା ୫ଟାରେ ଭିସି ଜରିଆରେ କରିବେ । ଏହି କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେବେ ।

ଏଥି ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ସ୍ୱାସ୍ଥ୍ୟ ସଚିବ ପି. କେ ମହାପାତ୍ର, ପୋଲିସ ଡିଜି ଶ୍ରୀ ଅଭୟ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ରହିବେ । ପୂର୍ବରୁ ପୋଲିସ ସେବା ପାଇଁ ୧୦୧, ଅଗ୍ନିଶମ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ସେବା ପାଇଁ ୧୦୮ ଓ ଜନନୀ ଏକ୍ସପ୍ରେସ ପାଇଁ ୧୦୨ କୁ ଡାଏଲ କରିବାକୁ ପଡ଼ୁଥିଲା । କିନ୍ତୁ ଏବେ କେବଳ ୧୧୨ ନମ୍ବରରେ ଫୋନ କଲେ ମିଳିବ ଏହି ତିନି ପ୍ରମୁଖ ସେବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ