Masthead

ଟିକାକରଣରେ ୧୦୦ କୋଟି ମାଇଲ ଖୁଣ୍ଟ ହାସଲ କରିବ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ବିରୋଧରେ ଲଢେଇ ଜାରି ରହିଛି । କରୋନାକୁ ମାତ ଦେବା ପାଇଁ ଟିକାକରଣ କାର୍ଯ୍ୟକୁ ତ୍ୱାରାନୀତ କରାଯାଉଛି । ଏବେ ଖାଲି ୧୮ ବର୍ଷରୁ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି । କିନ୍ତୁ ପିଲାଙ୍କ ପାଇଁ ଖୁବ ଶୀଘ୍ର କରୋନା ଟିକା ଅନୁମୋଦନ ଦିଆଯାଇଛି ଯାହାର ଗାଇଡଲାଇନ ଖୁବ୍ ଶୀଘ୍ର ଆସିବ । କିନ୍ତୁ ଏହାରି ଭିତରେ ଆସିଛି ଖୁସି ଖବର । ଦେଶରେ କରୋନା ଟିକାକରଣ ଆଜି ୯୯ କୋଟି ଟପିଯାଇଛି। ଆସନ୍ତାକାଲି ସୁଦ୍ଧା ଏହା ୧୦୦ କୋଟି ଟପିବ ବୋଲି ଆଶା କରାଯାଉଛି।

ଦେଶରେ ଟିକାକରଣ ଅଭିଯାନ ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଆରମ୍ଭ ହେବାର ୯ ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦ କୋଟି ଟିକାର ମାଇଲଖୁଣ୍ଟ ହାସଲ କରିବ। ଆଜି ଅପରାହ୍ଣ ସୁଦ୍ଧା ଦେଶରେ ପ୍ରାୟ ୯୯.୪ କୋଟି ଟିକା ଲୋକଙ୍କୁ ଦିଆଯାଇଛି। ୧୦୦ କୋଟିର ସଫଳତା ପରିପ୍ରେକ୍ଷୀରେ ସରକାର ଉତ୍ସବ ମନାଇବା କାର୍ଯ୍ୟକ୍ରମ କରିଛନ୍ତି।

ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ଭାରତ ବ୍ୟତୀତ ଚୀନ ଏକମାତ୍ର ଦେଶ ଯିଏ କି ଗତ ଜୁନରେ ୧୦୦ କୋଟି ଟିକାକରଣର ମାଇଲଖୁଣ୍ଟ ହାସଲ କରିଛି। ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ଗୋଟିଏ ଦିନରେ ଦେଶରେ ୨.୫ କୋଟିରୁ ଅଧିକ ଟିକା ଦିଆଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ