କଟକ(ବଡ଼ ଖବର ବ୍ୟୁରୋ): ଓଡ଼ିଶାର ଜଣାଶୁଣା ସାହିତ୍ୟିକ ପ୍ରବୋଧ ରାଉତଙ୍କ ୫୨ ବର୍ଷ ବୟସରେ ପରଲୋକ ଘଟିଛି । ଦୁଇଦିନ ତଳେ ଏକ ସଡ଼କ ଦୁର୍ଘଟଣାରେ ଆହାତ ହୋଇ ସେ କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ।
ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଓଡ଼ିଶାର ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟ କରିବା ସହ ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ସମ୍ପାଦକ ଭାବେ ସେ ଦାୟିତ୍ୱ ତୁଲାଉଥିଲେ ।