Masthead

ସାହାରା ରିଫଣ୍ଡ ପାଇଁ କିପରି କରିବେ ଆବେଦନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) ଟଙ୍କା ଫେରିପାଇବେ ଜମାକାରୀ । ସାହାରା ରିଫଣ୍ଡ ପୋର୍ଟାଲକୁ ଉନ୍ମୋଚନ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ତେବେ ଏଥି ପାଇଁ କିପରି କରିବେ ଆବେଦନ ଜାଣିବା ଏହି ରିପୋର୍ଟରୁ । ସେଂଟ୍ରାଲ ରେଜିଷ୍ଟ୍ରାର ଅଫ କୋଅପରେଟିଭ ସୋସାଇଟି ବା ସିଆରସିଏସ- ସାହାରା ରିଫଣ୍ଡ ପୋର୍ଟାଲକୁ ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଟଙ୍କା ଫେରିପାଇବେ ଜମାକାରୀ । ଏହି ପୋର୍ଟାଲର ୱେବସାଇଟରେ ପଇସା ରିଫଣ୍ଡ ପାଇଁ ଆବେଦନ କରିହେବ । ତେବେ ଯେଉଁ ଏକ କୋଟି ନିବେଶକମାନେ ୧୦ହଜାରରୁ ଅଧିକ ଟଙ୍କା ନିବେଶ କରିଛନ୍ତି, ପ୍ରଥମେ ସେମାନେ ଏହି ପୋର୍ଟାଲ ଜରିଆରେ ୧୦ ହଜାର ଟଙ୍କା ପାଇବେ ।
ତେବେ ଏହି ପୋର୍ଟାଲରେ କେମିତି କରିବେ ଆବେଦନ?
ପ୍ରଥମେ ପୋର୍ଟାଲରେ ଆବେଦନକାରୀଙ୍କ ନାଁକୁ ପଂଜିକୃତ କରିବାକୁ ହୋଇଥାଏ
https://mocrefund.crcs.gov.in ୱେବସାଇଟରେ ଡିପୋଜିଟର ରେଜିଷ୍ଟ୍ରେସନ ସ୍ଥାନରେ କ୍ଲିକ କରିବାକୁ ହୋଇଥାଏ
ଆଧାର ନମ୍ବରର ଶେଷ ୪ଟି ଡିଜିଟ ଏବଂ ଆଧାର ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଦେବାକୁ ହୋଇଥାଏ
ନମ୍ବର ଦେବା ପରେ ଗେଟ ଓଟିପି ନାଁରେ ଆସିଥାଏ ଏକ ଅପସନ୍‌ ।
ମୋବାଇଲକୁ ଓଟିପି ଆସିବା ପରେ ତାହାକୁ ଏହି ନମ୍ବରକୁ ଫାଇଲ କରିବା ପରେ ଶେଷ ହୋଇଥାଏ ରେଜିଷ୍ଟ୍ରେସନ
ପରେ ସ୍କ୍ରିନରେ ଫ୍ଲାଶ୍ ହୋଇଥାଏ ଡିପୋଜିଟର ଲଗଇନ ଅପସନ । ସେଠି କ୍ଲିକ କଲେ ପୂର୍ବ ପରି ଆଧାରର ଶେଷ ୪ନମ୍ବର ଓ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଦେଇ ଓଟିପି ଲେଖିବାକୁ ହୋଇଥାଏ ।
ଚା ଲଗଇନ ପରେ ଆସିଥାଏ ଆଇ ଏଗ୍ରୀ ଅପସନ । ଯାହା ଦ୍ୱାରା ପୋର୍ଟାଲ ଦ୍ୱାରା ଦିଆଯାଇଥିବା ସବୁ ସର୍ତ୍ତରେ ହଁ ଭରିବାକୁ ହୋଇଥାଏ ।
ପର୍ସନାଲ ଡିଟେଲ ସ୍କ୍ରିନକୁ ଯାଇ ସେଠାରେ ସମ୍ପୂର୍ଣ୍ଣ ଆଧାର ନମ୍ବର ଦେବାକୁ ହୋଇଥାଏ । ମୋବାଇଲକୁ ଆସିଥାଏ ଓଟିପି । ଯାହାକୁ ଫାଇଲ କରି ଏଂଟର କରିବା ପରେ ପୋର୍ଟାଲ ଏହାକୁ ଭେରିଫାଏ କରିଥାଏ ।
ଓଟିପି ଯାଂଚ ପରେ ଆବେଦନକାରୀଙ୍କ ନାଁ, ଠିକଣା ପରି ପୂରା ଡିଟେଲ୍ସ ସ୍କ୍ରିନରେ ଆସିଥାଏ ।
ପରେ ଇମେଲ ଦେବାର ଅପସନ ରହିଥାଏ, ଯାହାକି ଅପ୍‌ସନାଲ ଥାଏ । ଆବେଦନକାରୀ ଚାହିଁଲେ ଏହାକୁ ଦେଇପାରିବେ ।
ଏହା ପରେ ଆସେ ନେକ୍ସ୍‌ଟ୍‌ ଅପସନ ଉପରେ କ୍ଲିକ କରିବାକୁ ହୋଇଥାଏ ।
ସ୍କ୍ରିନରେ ଡିସପ୍ଲେ ହୋଇଥିବା ଆବେଦନକାରୀଙ୍କ ତଥ୍ୟକୁ ଏଂଟର କରିବାକୁ ହୋଇଥାଏ ।
ଏହା ପରେ ଆସିଥାଏ ଆଡ କ୍ଲେମ ବଟନ । ଯାହାକୁ କ୍ଲିକ କରିବା ପରେ ଜମାକାରୀମାନେ ସମସ୍ତ ଦାବିକୁ ଦେଖିପାରିବେ ।ଆବେଦନକାରୀଙ୍କ ଏକ ଫୋଟୋ ଏବଂ ଆବଶ୍ୟକୀୟ ଡକ୍ୟୁମେଂଟ ଗୁଡ଼ିକର ଫୋଟୋକୁ ଅପଲୋଡ କରିବାକୁ ହୋଇଥାଏ । ଯଦି ଜମାରାଶି ୫୦ ହଜାରରୁ ଅଧିକ ଥାଏ ତେବେ ଆବେଦନକାରୀଙ୍କୁ ପ୍ୟାନକାର୍ଡର ଫୋଟୋ ଅପଲୋଡ କରିବାକୁ ପଡିବ । ଶେଷରେ ଧନ୍ୟବାଦ ପେଜ ଆସିଥାଏ । ସେଥିରେ ଡିସପ୍ଲେ ହୋଇଥାଏ କ୍ଲେମ ରିକ୍ୱେଷ୍ଟ ନମ୍ବର । ତେବେ ଫ୍ୟୁଚର ରେଫରେନ୍ସ ପାଇଁ ଏହି କ୍ଲେମ ରିକ୍ୱେଷ୍ଟ ନମ୍ବରକୁ ନୋଟ କରି ରଖିବା ଆବଶ୍ୟକ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ