Masthead

ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ୱଳ ରାଷ୍ଟ୍ରପତି

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଛନ୍ତି ରାଷ୍ଟ୍ରପତି । ଜଗା ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ  ତାଙ୍କ ଧର୍ମପତ୍ନୀ ଓ ଝିଅ ସ୍ୱାତି କୋବିନ୍ଦ । । ସକାଳ ୮.୪୫ରେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ ରାଷ୍ଟ୍ରପତି ଦମ୍ପତି । ଅବତରଣ କରିବା ମାତ୍ରେ ପୁରୀ ଜିଲ୍ଲାବାସୀଙ୍କ ପକ୍ଷରୁ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।

କାରକେଡରେ କଡା ସୁରକ୍ଷା ଭିତରେ ଭିଆଇପି ରୋଡ ଓ ବଡଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶର ପ୍ରାୟ ୩୦ମିନିଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଅନ୍ୟ କୌଣସି ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା । ଏହି ସମୟରେ କେବଳ ପାଳିଆ ସେବକ, ମନ୍ଦିର କର୍ମଚାରୀ ଓ ସୁରକ୍ଷା କର୍ମିଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଅରୁଣସ୍ତମ୍ଭକୁ ଦର୍ଶନ କରିବା ପରେ ୨୨ ପାହାଚରେ ପାଦ ଦେଇଥିଲେ ।

୨୨ ପାହାଚକୁ ମୁଣ୍ଡିଆମାରି ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଭିତର ପୋଖରୀରେ ପହଂଚିଥିଲେ । ଗରୁଡ଼ସ୍ତମ୍ଭ ପଛରେ ଛିଡ଼ା ହୋଇ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଥିଲେ ରାଷ୍ଟ୍ରପତି ଦମ୍ପତି । ନିଜର ମାନସିକ ଜଣାଇଥିଲେ ମହାପ୍ରଭୁଙ୍କୁ । ସେ ହେଉଛନ୍ତି ଜଗତରନାଥ । ତାଙ୍କ ପାଇଁ ସମସ୍ତେ ସମାନ । ସାଧାରଣ ଭକ୍ତ ହୋଇ ନିିଜ ମନର କଥାକୁ ମହାପ୍ରଭୁଙ୍କୁ ଜଣାଇଥିଲେ ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀ । ଶ୍ରୀଜିଉଙ୍କୁ ଦର୍ଶନ କରି ସେଠାରୁ ଲକ୍ଷ୍ମୀମନ୍ଦିରକୁ ଯାଇ ମା’ ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ସେଠାରେ କିଛି ସମୟ ବସିବା ପରେ ବିମଳାଙ୍କୁ ଦର୍ଶନ କରିଥିଲେ ।

ପରେ କୌଳିକ ପୂଜାପଣ୍ଡାଙ୍କ ଦ୍ୱାରା ମନ୍ଦିରରେ ବାନା ବାନ୍ଧିବା ପାଇଁ କହିଥିଲେ । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ତାଙ୍କ ମୁହଁରେ ଏକ ଅଭୁତ ଖୁସି ଏବଂ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରୁ ଫେରିବା ପୂର୍ବରୁ ରାଷ୍ଟ୍ରପତି ୧ଲକ୍ଷ ଟଙ୍କାର ଚେକ୍ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିଲେ । ଶ୍ରୀମନ୍ଦିରରୁ ବାହାରି ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ।ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀମନ୍ଦିରରେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ