Masthead

ଅଖିମୁଠି ଅନୁକୂଳ କଲେ ଚାଷୀ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା । ଚାଷୀ ଭାଇଙ୍କ ପାଇଁ ଏକ ବଡ଼ ଦିନ । ଆଜିର ଦିନରେ ଚାଷ ଅନୁକୂଳ କରିଥାଏ ଚଷା ପୁଅ । ଆଜିର ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଏ । ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅଖି ମୁଠି ଅନୁକୂଳ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ଏଣୁ ଆଜିର ଦିନରେ ଅଖିମୁଠି ଅନୁକୂଳ କରି ଚାଷ କାର୍ୟ୍ୟର ଶୁଭାରମ୍ଭ କରାଯାଇଥାଏ ।

ସାରା ଭାରତବର୍ଷରେ ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବଟି ସୁଖ,ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ । ଓଡିଶାର ପାରମ୍ପରିକ ପରିବେଶରେ ଏହି ଦିନଟିର ବହୁ ମହାତ୍ମ୍ୟ ରହିଛି । ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ୟ୍ୟର ଶୁଭାରମ୍ଭ କରାଯାଇଥାଏ । ଅଖିମୁଠି ଅନୁକୂଳ ଭାବେ ପରିଚିତ ଏହି ଦିନରେ ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ଆର୍ଶୀବାଦ ଭକ୍ଷା ମଧ୍ୟ କରିଥାନ୍ତି । ଏହି ଦିନର ମହତ୍ୱ ହେଲା, ମନୁଷ୍ୟ ସମାଜରେ ସୁଖ,ସମୃଦ୍ଧିର ଆରମ୍ଭ ହେଉ କିନ୍ତୁ ତାହା ଅକ୍ଷୟ ରହୁ ।

ଧାର୍ମିକ ପରଂପରା ଅନୁସାରେ, ଏହି ଦିନ ଓଡିଆଙ୍କ ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ । ଏବଂ ରଥ ଯାତ୍ରା ପାଇଁ ରଥ କାର୍ୟ୍ୟର ତଥା କାଠର ଶୁଭଅନୁକୂଳ କରାଯାଇଥାଏ । ଆଜି ଯେକୌଣସି ନୂତନ କାର୍ୟ୍ୟର ଶୁଭାରମ୍ଭ ଯଥା ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କରାଯାଇଥାଏ । ଆଜିର ଦିନରେ ଏହା କରିବା ଦ୍ଵାରା ଶୁଭ ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ