Masthead

ଓଡ଼ିଶାରେ ବଢିବ ଲକଡାଉନ !

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରରେ ବଢ଼ିପାରେ ଲକଡାଉନ୍ ? ଆଜି ୪.୩୦ମିନିଟ୍ ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ସଚିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ଲକଡାଉନ ବଢ଼ିବା ନେଇ କରିପାରନ୍ତି ଘୋଷଣା । ରାଜ୍ୟ ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରିବେ ମୁଖ୍ୟ ଶାସନ ସଚିବ ।

ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ । ଅପରାହ୍ଣ ସାଢ଼େ ୪ଟାରେ ପ୍ରେସମିଟରେ ମୁଖ୍ୟ ସଚିବ କଣ କହିବେ ତାଉପରେ ସମସ୍ତଙ୍କ ନଜର ରହିଛି । ଏହାସହ ଟିକା ନେଇ ସରକାର କରିଥିବା ଗ୍ଲୋବାଲ୍ ଟେଣ୍ଡର ନେଇ ବି ସୂଚନା ଦେଇପାରନ୍ତି ମୁଖ୍ୟ ସଚିବ । ଲକଡାଉନର ୧୦ ଦିନ ପରେ ବି ରାଜ୍ୟରେ କମୁନି ସଂକ୍ରମିତଙ୍କ ସଂଖ୍ୟା । ପଜିଟିଭ୍ ହାର ୨୦ ପ୍ରତିଶତ ତଳକୁ ଖସୁନି । ଏଭଳି ସ୍ଥିତିରେ ଓଡ଼ିଶାରେ ପଜିଟିଭିଟ୍ ରେଟ୍ ୨୦ ପ୍ରତିଶତରୁ ଅଧିକ ରହୁଥିବାରୁ ଲକଡାଉନ୍ ବଢ଼ିପାରେ ବୋଲି ସମ୍ଭାବନା ରହିଛି ।

ବିଶେଷ କରି ପାଞ୍ଚଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ଅନୁଗୋଳ ଓ ସମ୍ୱଲପୁର ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ବି ଅଧିକ ରହିଛି । ଆଜି ମୁଖ୍ୟ ସଚିବଙ୍କ ସହ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବି କରୋନା ନେଇ ସୂଚନା ଦେବେ । ଏହାସହ ନୂଆ ବିଏମସି କମିଶନର ସଞ୍ଜୟ ସିଂ ବି ଭୁବନେଶ୍ୱରରେ କରୋନା ସ୍ଥିତି ନେି ସୂଚନା ଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ