Masthead

ହାତରୁ ମେହେନ୍ଦି, ପାଦରୁ ଅଳତା ଲିଭିନଥିଲା, ଲିଭିଗଲା ଜୀବନ ଦୀପ

କରୋନାର କରୁଣ ଚିତ୍ର

ବାଲିପାଟଣା (ବଡ଼ ଖବର ବ୍ୟୁରୋ): କରୋନାର କରୁଣ ଚିତ୍ର । ହାତରୁ ମେହେନ୍ଦି, ପାଦରୁ ଅଳତା ଲିଭିନଥିଲା, କରୋନାରେ ଚାଲିଗଲା ନବବଧୂଙ୍କ ଜୀବନ । ୯ ଟି ହସ୍ପିଟାଲ ବୁଲିଲେ, କିନ୍ତୁ ମିଳିଲାନି ଚିକିତ୍ସା । ମାତ୍ର ୧୮ ଦିନ ତଳେ ବୋହୁ ହୋଇ ଆସିଥିଲେ ଶାଶୂଘରକୁ । ଅକ୍ସିଜେନ ଅଭାବରୁ ଚାଲିଗଲା ଜୀବନ । ମୃତ ନବବଧୂ ଜଣକ ହେଲେ ବାଲିପାଟଣା ବ୍ଳକ କୁରଞ୍ଜିପୁର ପଞ୍ଚାୟତ ଇନ୍ଦୋଳକୁସିଆରୀ ଗ୍ରାମର ଵିଷ୍ଣୁଚରଣ ଭୋଳଙ୍କ ପତ୍ନୀ ସ୍ୱର୍ଣ୍ଣଲତା ପାଳ (୨୫)।

ସେ ରାଜସ ବଡ଼ ପାଳସାହି ଗାଁର ବେଣୁଧର ପାଳକଙ୍କ ଝିଅ । ଗତ ମାସ ୨୮ ତାରିଖରେ ଵିଷ୍ଣୁଙ୍କୁ ବିବାହ କରିଥିଲେ । କିଛି ଦିନ ହେବ ତାଙ୍କୁ ଜର ଲାଗି ରହିଥିଲା । ଶନିବାର ସକାଳେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହା ଜାଣି ପରିବାର ଲୋକେ ପ୍ରଥମେ ତାଙ୍କୁ ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅଵସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା । କଟକ ବଡ଼ମେଡିକାଲ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । କଟକ ନଯାଇ ଭୁବନେଶ୍ୱରରେ ୬ ଟି ମେଡ଼ିକାଲ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ଲଗାଇ ବୁଲିଥିଲେ।

ଶେଷରେ ବେଡ଼ ନପାଇବାରୁ ପୁଣି ଥରେ ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଫେରିଥିଲେ । ସେଠାରେ ତାଙ୍କୁ ପୁଣି କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ପୁଣି ତାଙ୍କୁ କ୍ୟାପଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ କୋଭିଡ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ହିଁ ତାଙ୍କର ଜୀବନ ଚାଲିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା