Masthead

ଏକଛତ୍ରବାଦ ବିରୋଧରେ ଲଢୁଛି, ଆପଣମାନେ ବି ଆଗେଇ ଆସନ୍ତୁ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏକଛତ୍ରବାଦ ବିରୋଧରେ ସବୁ ଶକ୍ତି ଲଗାଇ ଲଢୁଛି । ଏହା ବିରୋଧରେ ଲଢ଼ିବା ପାଇଁ ୧୪୦ କୋଟି ଦେଶବାସୀ ଏକାଠି ଆଗେଇ ଆସିବାକୁ ହେବ ବୋଲି କହିଛନ୍ତିି ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ମୁକୁଳିଛନ୍ତି। ସେ ଭଗବାନ ହନୁମାନଙ୍କୁ ଧନ୍ୟବାଦ ଜଣାଇବା ସହ ଏକଚ୍ଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ଜନସାଧାରଣଙ୍କ ସମର୍ଥନ ଲୋଡ଼ିଛନ୍ତି।

ଲୋକ ସଭା ନିର୍ବାଚନରେ ପ୍ରଚାର ନିମନ୍ତେ କେଜ୍ରିୱାଲଙ୍କୁ ସର୍ବୋଚ୍ଚ ଅଦାଲତ ଜୁନ୍‌ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଲରେ ବାହାରିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟିର ନେତା ଓ କର୍ମୀମାନେ ଢୋଲ ବଜାଇ ଓ ସ୍ଲୋଗାନ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ମାତା କୀ ଜୟ, ଇନ୍‌କିଲାବ ଜିନ୍ଦାବାଦ ସ୍ଲୋଗାନ ଦେଇ କେଜ୍ରିୱାଲ କହିଥିଲେ, ଏକଚ୍ଛତ୍ରବାଦ ବିରୋଧରେ ସେ ତାଙ୍କର ସବୁ ଶକ୍ତି ଲଗାଇ ଲଢ଼ୁଛନ୍ତି।

ଏହା ବିରୋଧରେ ଲଢ଼ିବା ପାଇଁ ୧୪୦ କୋଟି ଦେଶବାସୀ ଏକାଠି ଆଗେଇ ଆସିବାକୁ ହେବ ବୋଲି ସେ କହିଛନ୍ତି। ଶନିବାର ସକାଳେ ସେ ହନୁମାନ ମନ୍ଦିର ଦର୍ଶନ କରିବା ପରେ ଅପରାହ୍ନ ୧ଟା ବେଳେ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରିବେ। ଭଗବାନ ହନୁମାନଙ୍କ ଆଶୀର୍ବାଦରୁ ମୁଁ ଆପଣମାନଙ୍କ ଗହଣକୁ ଫେରିଆସିଛି। ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍ରିୱାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ