Masthead

ଏକ ଆଦିବାସୀ ଗାଁର ପ୍ରଥମ ଗ୍ରାଜୁଏଟ, ମାଗଣାରେ ଦେଉଛନ୍ତି ଶିକ୍ଷାଦାନ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ):ଦେଖନ୍ତୁ ଏହି ଦୃଶ୍ୟ । ଛୋଟ ଛୋଟ ପିଲାଙ୍କୁ ମଣିଷ କରିବା ପାଇଁ ଜଣେ ଯୁବତୀ ଚଳାଇଛନ୍ତି ଉଦ୍ୟମ । ଯୁବତୀଙ୍କ ନାଁ ସନ୍ଧ୍ୟା । କୋଏମ୍ବାଟୁରର ଆଦିବାସୀ ଗାଁ ଚିନ୍ନାମପଟିର ପ୍ରଥମ ଗ୍ରାଜୁଏଟ୍ ସନ୍ଧ୍ୟା । ମାତ୍ର ଚାକିରି ପଛରେ ନ ଧାଇଁ ନିଜ ଗାଁ ସମେତ ଆଖପାଖ ଆଦିବାସୀ ଗାଁର ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି । ପୁଣି ମାଗଣାରେ ପିଲାମାନଙ୍କୁ ଦେଉଛନ୍ତି ଶିକ୍ଷା । ସେ ପିଲାମାନଙ୍କୁ ନିଜ ଘରେ ନିୟମିତ ଶିକ୍ଷା ଦେବା ପାଇଁ ସ୍ଥିର କରିଛନ୍ତି । ସ୍କୁଲ ଟାଇମରେ ଶିକ୍ଷା ଦେବେ ବୋଲି ସନ୍ଧ୍ୟା କହିଛନ୍ତି ।

ସନ୍ଧ୍ୟା କହିଛନ୍ତି, ପିଲାମାନଙ୍କୁ ସେ ସମସ୍ତ ବିଷୟରେ ଶିକ୍ଷା ଦେଉଛନ୍ତି । ପିଲାମାନେ ଆଗ୍ରହର ସହ ପାଠ ପଢୁଛନ୍ତି । ସେମାନେ ମଧ୍ୟ ଭଲ ଇଂରାଜୀ କହିପାରୁଛନ୍ତି । ଆଦିବାସୀ ସ୍କୁଲ ପିଲାଙ୍କୁ ସରକାର ଯେପରି ମାଗଣାରେ ଖାଦ୍ୟ, ବହି ଓ ପୋଷାକ ଦେଉଛନ୍ତି, ସନ୍ଧ୍ୟା ମଧ୍ୟ ସେପରି ଯୋଗାଇ ଦେବେ ବୋଲି ସନ୍ଧ୍ୟା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା