Masthead

ବ୍ୟାଙ୍କ ମିତ୍ରଙ୍କୁ ଚାକିରିରୁ ବହିଷ୍କାର ଖବର ପ୍ରତ୍ୟେକ ଓଡ଼ିଆଙ୍କୁ ଦୁଃଖ ଦେଇଛି: ସମୀର ମହାନ୍ତି

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ):ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ, ଖୁଂଟା ବ୍ଲକ ବନ୍ଧଗୋଡା ଗ୍ରାମ ପଂଚାୟତର ଆଦିବାସୀ ମହିଳା ଶ୍ରୀମତୀ ଭାରତୀ ସିଂ ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ୍ ମିତ୍ର ଭାବରେ କାର୍ଯ୍ୟ କରି ନିଜର ପରିବାର ଭରଣପୋଷଣ କରୁଥିଲେ । ପଂଚାୟତରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ ଭାରତୀ । ନିଜର କାମରେ ଭଲ ପ୍ରଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ମିଶନ ଶକ୍ତି ଦ୍ୱାରା ତାଙ୍କୁ ପୁରଷ୍କୃତ ମଧ୍ୟ କରିଛନ୍ତି ।ବ୍ୟାଙ୍କ୍ ମିତ୍ର ଚାକିରୀ ପାଇଁ ତାଙ୍କୁ ମାସିକ ୬୦୦୦ଟଙ୍କା ଗ୍ରାମ ପଂଚାୟତସ୍ତରୀୟ ଫେଡେରେସନ ଦ୍ୱାରା ଆର୍ଥିକ ଅନୁଦାନ ମିଳିଥାଏ । ଏତିକି ଅର୍ଥରେ ପରିବାର ଗୁଜୁରାଣ ମେଂଟୁ ନଥିବାରୁ ସେ ତାଙ୍କ ଅସୁବିଧା ବିଷୟରେ ନିଜ ଉପରୋକ୍ତ ଅଧିକାରୀଙ୍କୁ ଜଣାଇବା ସହ ଅତିରିକ୍ତ ଆର୍ଥିକ ରାଶି ଦେବା ପାଇଁ ଦାବି କରିଥିଲେ ।

ତାଙ୍କ କଥାକୁ କେହି କର୍ଣ୍ଣପାତ ନକରିବା କାରଣରୁ ସେ ନିଜର ଅଧିକାର ପାଇଁ ଭୁବନେଶ୍ୱର ଆସି ଲୋୟର ପିଏମ୍ଜିରେ ଗଣମାଧ୍ୟମ ସମ୍ମୁଖରେ ନିଜ ଦାବି ଉପସ୍ଥାପନ କରିଥିଲେ ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ୫ଟି ସଚିବ ରାଜ୍ୟର ସମସ୍ତ ଜିଲ୍ଲା ବୁଲି ଯେଉଁ ଅଭିଯୋଗ ଗ୍ରହଣ କରିଥିଲେ ସେଥିରେ ବ୍ୟାଙ୍କ୍ ମିତ୍ର ମାନେ ମଧ୍ୟ ତାଙ୍କୁ ଅଭିଯୋଗ ଦେଇଥିଲେ । କିନ୍ତୁ ଅଭିଯୋଗର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ କରାଯାଇନଥିବା ସେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ଆପଣ ଯଦି ଚିନ୍ତା କରିବେ, ଆଜିର ସମୟରେ ୬୦୦୦ ଟଙ୍କାରେ ମାସକୁ କୁଟୁମ୍ବର ତିନି ପ୍ରାଣୀଙ୍କୁ ଚଳାଇବା କାଠିକର । ତାଙ୍କ ପ୍ରତିକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନ ଗରିବ ଶ୍ରୀମତୀ ସିଂଙ୍କୁ ତାଙ୍କ ଚାକିରୀରୁ ବହିଷ୍କୃତ କରିବା ଦୁଃଖର ବିଷୟ । ଏହି ଖବର ପ୍ରତ୍ୟେକ ଓଡିଆଙ୍କୁ ଦୁଃଖ ଦେଇଛି ।ଆପଣ ମହିଳା ସଶକ୍ତିକରଣ କଥା କହୁଛନ୍ତି ।

କିନ୍ତୁ ଜଣେ ଗରିବ ମା’ ର ଗୁହାରି ନଶୁଣି ତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ମୋଟେ ଶୋଭନୀୟ ନୁହେଁ । ଏହି ବିଷୟ ମହିଳା ସଶକ୍ତିକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଆମ ଓଡିଶାର ଝିଅ ରାଷ୍ଟ୍ରପତି ହୋଇଛନ୍ତି । କିନ୍ତୁ ସେହି ଜିଲ୍ଲାରେ ଝିଅଙ୍କ ଦୁଃଖ ନଶୁଣି ଚାକିରୀରୁ ବହିଷ୍କାର କରିବା ଅତ୍ୟନ୍ତ ଚିନ୍ତାଜନକ ।ନିବେଦନ କରୁଛି ଯେ, ଏଭଳି ସମ୍ବେଦନଶୀଳ ଘଟଣାରେ ଆପଣ ଏହି ଖବର ବିଷୟରେ ଅବଗତ ଅଛନ୍ତି ନା ନାହିଁ ମୁଁ ଜାଣିନାହିଁ କିନ୍ତୁ ଆପଣ ଭାରତୀ ସିଂଙ୍କୁ ପୁଣି ଥରେ ଚାକିରୀରେ ଅବସ୍ଥାପିତ କରାଇ ତାଙ୍କୁ ଯଥୋଚିତ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା