Masthead

ରେଲୱେ ଚାକିରି ନାଁ ରେ ଠାକାମି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଚାକିରୀ କରାଇଦେବା ନାଁ ରେ ରେଳ କର୍ମଚାରୀଙ୍କ ଠକେଇ । ୪ ରୁ ୫ ଲକ୍ଷ ଟଙ୍କାରେ ରେଳ ବିଭାଗରେ ଚାକିରୀ କରାଇ ଦେବା କହି ଶତାଧିକ ଛାତ୍ରଙ୍କୁ ଠକିଛନ୍ତି ଜଣେ ରେଳ କର୍ମଚାରୀ ଓ ତାଙ୍କ ଭାଇ । ପ୍ରଥମେ ଭାରତୀୟ ରେଳ ମାଲ ଗୋଦାମ ସଂଘର ମେମ୍ବର ହେବାପରେ ମିଳିବ ନିଯୁକ୍ତି , ଜଣେ କି ଦୁଇଜଣ ନୁହେଁ ଶତାଧିକ ଛାତ୍ରଙ୍କୁ ଠକିଛନ୍ତି, ଦକ୍ଷିଣ – ପୂର୍ବ ରେଳ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ତାଙ୍କ ଭାଇ । ପ୍ରତି ଛାତ୍ରଙ୍କ ପିଛା ଅଗ୍ରୀମ ୧ଲକ୍ଷ ରୁ ୨ ଲକ୍ଷ ଟଙ୍କା ହାତେଇବା ପରେ ଛୁଆଁ ଦେଉନାହାନ୍ତି ଠକ ରେଳ କର୍ମଚାରୀ ଧୁର୍ବ ଓ ତାଙ୍କ ଭାଇ ପ୍ରଶାନ୍ତ ।

ଠକାମୀର ଶିକାର ହୋଇଥିବା ଛାତ୍ରଙ୍କୁ ବିଶ୍ବାସ ଜମାଇବା ପାଇଁ ରେଳ ମାଲ ଗୋଦାମ ସଂଘର ପରିଚୟ ପତ୍ର ଦେଇ ଆଦାୟ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଚେକ୍ ଓ ଫୋନ ପେ ମାଧ୍ୟମରେ ଧୁର୍ବ ଓ ତାଙ୍କ ଭାଇ ପ୍ରଶାନ୍ତ ନେଇଛନ୍ତି ଟଙ୍କା । ବାଲେଶ୍ଵର ବାଲିଆପାଳ , ଜଳେଶ୍ୱର , ବସ୍ତା ଓ ମୟୂରଭଞ୍ଜ ଅଞ୍ଚଳରୁ ବହୁ ଛାତ୍ର ହୋଇଛନ୍ତି ଠକାମିର ଶିକାର । ଶେଷରେ ବାଲିଆପାଳ ଅଞ୍ଚଳରୁ ଠକାମୀର ଶିକାର ହୋଇଥିବା ଛାତ୍ର ଓ ଅଭିଭାବକ ଜଳେଶ୍ବର ଥାନାରେ କରିଛନ୍ତି ଲିଖିତ ଅଭିଯୋଗ । ଲିଖିତ ଅଭିଯୋଗ ପରେ ଠକ ରେଳ କର୍ମଚାରୀ ଓ ତାଙ୍କ ଭାଇକୁ ଖୋଜୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା