ରେଲୱେ ଚାକିରି ନାଁ ରେ ଠାକାମି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଚାକିରୀ କରାଇଦେବା ନାଁ ରେ ରେଳ କର୍ମଚାରୀଙ୍କ ଠକେଇ । ୪ ରୁ ୫ ଲକ୍ଷ ଟଙ୍କାରେ ରେଳ ବିଭାଗରେ ଚାକିରୀ କରାଇ ଦେବା କହି ଶତାଧିକ ଛାତ୍ରଙ୍କୁ ଠକିଛନ୍ତି ଜଣେ ରେଳ କର୍ମଚାରୀ ଓ ତାଙ୍କ ଭାଇ । ପ୍ରଥମେ ଭାରତୀୟ ରେଳ ମାଲ ଗୋଦାମ ସଂଘର ମେମ୍ବର ହେବାପରେ ମିଳିବ ନିଯୁକ୍ତି , ଜଣେ କି ଦୁଇଜଣ ନୁହେଁ ଶତାଧିକ ଛାତ୍ରଙ୍କୁ ଠକିଛନ୍ତି, ଦକ୍ଷିଣ – ପୂର୍ବ ରେଳ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ତାଙ୍କ ଭାଇ । ପ୍ରତି ଛାତ୍ରଙ୍କ ପିଛା ଅଗ୍ରୀମ ୧ଲକ୍ଷ ରୁ ୨ ଲକ୍ଷ ଟଙ୍କା ହାତେଇବା ପରେ ଛୁଆଁ ଦେଉନାହାନ୍ତି ଠକ ରେଳ କର୍ମଚାରୀ ଧୁର୍ବ ଓ ତାଙ୍କ ଭାଇ ପ୍ରଶାନ୍ତ ।

ଠକାମୀର ଶିକାର ହୋଇଥିବା ଛାତ୍ରଙ୍କୁ ବିଶ୍ବାସ ଜମାଇବା ପାଇଁ ରେଳ ମାଲ ଗୋଦାମ ସଂଘର ପରିଚୟ ପତ୍ର ଦେଇ ଆଦାୟ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଚେକ୍ ଓ ଫୋନ ପେ ମାଧ୍ୟମରେ ଧୁର୍ବ ଓ ତାଙ୍କ ଭାଇ ପ୍ରଶାନ୍ତ ନେଇଛନ୍ତି ଟଙ୍କା । ବାଲେଶ୍ଵର ବାଲିଆପାଳ , ଜଳେଶ୍ୱର , ବସ୍ତା ଓ ମୟୂରଭଞ୍ଜ ଅଞ୍ଚଳରୁ ବହୁ ଛାତ୍ର ହୋଇଛନ୍ତି ଠକାମିର ଶିକାର । ଶେଷରେ ବାଲିଆପାଳ ଅଞ୍ଚଳରୁ ଠକାମୀର ଶିକାର ହୋଇଥିବା ଛାତ୍ର ଓ ଅଭିଭାବକ ଜଳେଶ୍ବର ଥାନାରେ କରିଛନ୍ତି ଲିଖିତ ଅଭିଯୋଗ । ଲିଖିତ ଅଭିଯୋଗ ପରେ ଠକ ରେଳ କର୍ମଚାରୀ ଓ ତାଙ୍କ ଭାଇକୁ ଖୋଜୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!