Masthead

ଆଜି ବ୍ୟାଘ୍ର ଦିବସ, ରାଜ୍ୟରେ ବାଘ ସଂଖ୍ୟାକୁ ନେଇ ବଢୁଛି ଚିନ୍ତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପୁଣି କମିଲା ବାଘ ସଂଖ୍ୟା । ରାଜ୍ୟରେ ଏବେ ଅଛନ୍ତି ୨୦ଟି ବାଘ । ୨୦୧୮ ଗଣନାରେ ରାଜ୍ୟରେ ଥିଲେ ୨୮ଟି ବାଘ । ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଭାରତ ସରକାରଙ୍କ ପ’ରୁ ଏନେଇ ରିପୋର୍ଟ ପ୍ରଦାନ କରାଯାଇଛି । ୨୦୦୬ରେ ବାଘ ସଂଖ୍ୟା ରାଜ୍ୟରେ ୪୫ ଥିବା ବେଳେ ୨୦୧୦ରେ ତାହା ଖସି ଆସି ୩୨ରେ ପହଂଚିଥିଲା ।

ଏହାସହ ୨୦୧୪ରେ ୨୮, ୨୦୧୮ରେ ମଧ୍ୟ ୨୮ଟି ବାଘ ରାଜ୍ୟରେ ଥିଲେ । ହେଲେ ୨୦୨୨ରେ ବାଘ ସଂଖ୍ୟା ଆହୁରି କମିଯାଇଛି । ରାଜ୍ୟରେ ଏବେ ଅଛନ୍ତି ୨୦ଟି ବାଘ । ଦିନକୁ ଦିନ ବାଘ ସଂଖ୍ୟା କମୁଥିବା ଦେଖିବାକୁ ମିଳୁଛି । ସେପଟେ ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୧୫ ଫୁଟ ଲମ୍ବର ବାଲୁକା କଳା କରିଛନ୍ତି । ବାଘଙ୍କ ସହ ପରିବେଶ ସୁରକ୍ଷାର ଦେଇଛନ୍ତି ସୁରକ୍ଷା ବାର୍ତା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା