Masthead

କୋଟିଆର ଭିତ୍ତିଭୂମି ବିକାଶରେ ଓଡ଼ିଶା ସରକାର ଅବହେଳା କରିଛନ୍ତି

ପଟ୍ଟାଙ୍ଗି(ବଡ଼ ଖବର ବ୍ୟୁରୋ): କୋଟିଆର ଭିତ୍ତିଭୂମି ବିକାଶରେ ଓଡ଼ିଶା ସରକାର ଅବହେଳା କରିଛନ୍ତି। ଲୋକଙ୍କୁ ଆପଣେଇବା ସହ ଭାଗବତ ସମ୍ପର୍କ ସ୍ଥାପନ କରିବାରେ ମଧ୍ୟ ବିଫଳ ହୋଇଛନ୍ତି। ଯାହାର ଫାଇଦା ଉଠାଉଛି ପଡୋଶୀ ଆନ୍ଧ୍ର। ଆନ୍ଧ୍ର ସରକାର ଲୋକଙ୍କ ସହ ସମ୍ପର୍କ ରଖି ବ୍ୟକ୍ତିଗତ ସ୍ତରରେ ସରକାରୀ ସହାୟତା ଓ ସହଯୋଗ କରୁଥିବାରୁ ଲୋକେ ଏବେ ଆନ୍ଧ୍ର ମୁହାଁ। ରାଜ୍ୟ ସରକାର ଏନେଇ ତ୍ଵରିତ ପଦକ୍ଷେପ ନେବାକୁ ଓଡ଼ିଶା ନାଗରିକ ମହାମଞ୍ଚ ଦାବି କରିଛି। ଏହାସହ ସୀମାନ୍ତ ଅଞ୍ଚଳ ବାସୀଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା କରିବାକୁ ଦାବି କରିଛନ୍ତି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କୋଟିଆର ୨୨ଟି ଗାଁରେ ପହଞ୍ଚି ସୀମା ଅନୁଧ୍ୟାନ କରିଛନ୍ତି ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା। ଏହାସହ ଜିଲ୍ଲାର କୁରୁଡିପଦର, ଗଞ୍ଜେଇପଦର, କୋଟିଆ, ସେମି, ଧୂଳିପଦର ଓ ନେରେଡି ବାଲସାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସୁଖ ଦୁଃଖ ବୁଝିଛନ୍ତି। ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ସତପଥୀଙ୍କ ନେତୃତ୍ଵରେ ସୀମାନ୍ତ ବୁଲି ଦେଖିବା ସହ ନାମ ଫଳକ ପୋତିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା