Masthead

କ୍ରୁଜ ଡ୍ରଗ୍ସ ମାମଲାରେ ଓଡ଼ିଶା ଲିଙ୍କ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୋ ପୁଅ ଉପରେ ମିଥ୍ୟା ଆରୋପ । ସେ ନିର୍ଦ୍ଦୋଶ । ହଁ ସେ ନିଶାସେବନ କରେ । କିନ୍ତୁ ଡ୍ରଗ୍ସ ନିଏ ନାହିଁ । ଗୋଟିଏ ସିଗାରେଟ ଗଞ୍ଜେଇ ସେ ନିଜେ ସେବନ କରିବା ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ମୋ ପୁଅର ଲିଙ୍କ ନାହିଁ । ଡ୍ରଗ୍ସ ଲିଙ୍କରେ ପୁଅର ଗିରଫ ହେବା କଥା ସାମ୍ନାକୁ ଆସିବା ପରେ ବାପା ଏପରି ବୟାନ ଦେଇଛନ୍ତି । ସେପଟେ ବଲିଉଡ଼ ଷ୍ଟାର ଶାହରୁଖ ଖାନଙ୍କ ପୁଅ ନାମ ସାମ୍ନାକୁ ଆସିବା ପରେ ଏହା ଏକ ଭିନ୍ନ ମୋଡ଼ ନେବାରେ ଲାଗିଛି । ଏହା ମଧ୍ୟରେ ଏହି ମାମଲାରେ ଛନ୍ଦି ହୋଇଛନ୍ତି ଦୁଇ ଓଡ଼ିଆ । ସେମାନେ ହେଲେ ମନୀଷ ରାଜଗରିଆ ଏବଂ ଅଭିନ ସାହୁ । ଗିରଫ ହୋଇଥିବା ମନୀଷଙ୍କ ଘର ରାଉରକେଲା ହୋଇଥିବା ବେଳେ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେପଟେ ପୁଅର ଗିରଫଦାରୀକୁ ସହଜରେ ହଜମ କରିପାରି ନାହାଁନ୍ତି ତାଙ୍କ ବାପା । ମୋ ପୁଅ ଉପରେ ମିଥ୍ୟା ଆରୋପ ଲଗାଯାଉଛି । ସେ ନିର୍ଦ୍ଦୋଶ । ପୁଅ ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇ ବୁଲିବାକୁ ଯାଇଥିଲା । ଏନେଇ ରାଉରକେଲାରୁ ୩୭ ଜଣ ସାଙ୍ଗ ଏକାଠି ଯାଇଥିଲେ ।

ଏହି ପାର୍ଟିରେ ମୋ ପୁଅ ପାଖରୁ ମାତ୍ର ୨.୪ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗୋଟିଏ ସିଗାରେଟ ଗଞ୍ଜେଇ ସେ ନିଜେ ସେବନ କରିବା ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ମୋ ପୁଅର ଲିଙ୍କ ନାହିଁ ବୋଲି ତାଙ୍କ ବାପା କହିଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ଘଟଣାକୁ ଯେପରି ହାଇଲାଇଟ କରାଯାଉଛି, ସେଭଳି କୌଣସି ଅପରାଧ ମୋ ପୁଅ କରିନାହିଁ । ଏପରିକି ପୁଅକୁ ସାକ୍ଷାତ କରିବା ପାଇଁ ତାଙ୍କ ପୁଅ ମୁମ୍ବାଇ ଅଭିମୁଖେ ମଧ୍ୟ ବାହାରିଥିବାର କଥା ସାମ୍ନାକୁ ଆସିଛି । ହେଲେ ଏପର୍ଯ୍ୟନ୍ତ ତାଙ୍କ ପୁଅଙ୍କ ସହ କୌଣସି ସାକ୍ଷାତ ହୋଇପାରି ନାହିଁ । ଉଭୟଙ୍କର ଦେଖା ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ତାଙ୍କ ବାପା ଦୃଢକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ରେପ ପାର୍ଟି ମାମଲା ଦିନକୁ ଦିନ ନୂଆ ମୋଡ଼ ସୃଷ୍ଟି ହେବାରେ ଲାଗିଛି । ଅନ୍ୟପଟେ ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ତେବେ କ୍ରୁଜ ପାର୍ଟି ଆୟୋଜନ କରିଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଏନସିବି ଗିରଫ କରିଛି । ସବୁଠାରୁ ରୋଚକ କଥାଟି ହେଉଛି କିଛି ଲୋକ ଡ୍ରଗ୍ସ ସହ ଧରାପଡ଼ିବା ପରେ ମଧ୍ୟ ସେମାନେ କ୍ରୁଜ ସମୁଦ୍ରକୁ ଭିତରକୁ ନେଇ ପାର୍ଟି ଜାରି ରଖିଥିବା ନେଇ ଏହି ୪ ଜଣଙ୍କ ନାମରେ ଅଭିଯୋଗ ରହିଛି । ଏହିି ଅଭିଯୁକ୍ତମାନଙ୍କୁ ଆଜି କୋର୍ଟରେ ହାଜର ମଧ୍ୟ କରାଯାଇଛି । ଏହା ପୂର୍ବରୁ ଗତକାଲି ଦୁଇ ଅଭିଯୁକ୍ତ ଏବଂ ଦୁଇ ଡ୍ରଗ୍ସ ବ୍ୟବସାୟୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲାର ଚର୍ଚ୍ଚିତ ଚେହେରା ଆର୍ୟନ ଖାନ ସମେତ ୮ଜଣଙ୍କୁ ଅକ୍ଟୋବର ୭ ଯାଏଁ ଏନସିବି ରିମାଣ୍ଡରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ