Masthead

ମଣିପୁର ପ୍ରସଙ୍ଗ ନେଇ କଳା ପୋଷାକ ପରିଧାନ କରିବେ ବିରୋଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମଣିପୁର ପ୍ରସଙ୍ଗ ନେଇ ହୁଲୁସ୍ତୁଲ ହେଉଛି ଗୃହ । ସଂସଦରେ ଜାରି ରହିଛି ଅଚଳାବସ୍ଥା । ଆଜି ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ସମସ୍ତ ସାଂସଦ କଳା ପୋଷାକ ପରିଧାନ କରି ସଂସଦ ଆସିବେ । ସେପଟ କଂଗ୍ରେସ ଏବଂ ଆପ୍ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି ହୋଇଛି । କଂଗ୍ରେସ ଏହାର ସାଂସଦମାନଙ୍କୁ ହ୍ୱିପ୍ ଜାରି ଆଜି ରାଜ୍ୟସଭାରେ ହାଜର ହେବାକୁ କହିଛି ।

ସେହିପରି ଆପ୍ ମଧ୍ୟ ଦଳର ସମସ୍ତ ରାଜ୍ୟସଭା ସାଂସଦ ଜୁଲାଇ ୨୭ ଓ ୨୮ ତାରିଖରେ ରାଜ୍ୟସଭାରେ ଉପସ୍ଥିତ ରହିବାପାଇଁ ଆପ୍ ହ୍ୱିପ୍ ଜାରି କରିଛି । ଅନ୍ୟପଟେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଜିଦରେ ଅଟଳ ଅଛନ୍ତି । ଗତକାଲି ସଂଧ୍ୟାରେ ବିରୋଧୀ ଦଳର ସାଂସଦ ଏକାଠି ହୋଇ ମଣିପୁର ଲୋକଙ୍କ ସମର୍ଥନରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା