Masthead

ହ୍ୱାଟସ୍ଆପରେ ଭିଡିଓ କଲ୍ ରିସିଭ କରି ଫସିଗଲେ ମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀଙ୍କୁ ବ୍ଲାକମେଲ କଲେ ସାଇବର ଠକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ ): ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ । ସବୁଠୁ ବଡ ସମସ୍ୟା ହେଉଛି ସାଇବର ଅପରାଧୀଙ୍କୁ ଚିହ୍ନଟ କରିବା ବହୁତ ମୁସ୍କିଲ ହୋଇପଡ଼ୁଛି । ଦେଶର ଯେକୌଣସି ସ୍ଥାନରେ ବସି ସେମାନେ କରୁଛନ୍ତି ସାଇବର କ୍ରାଇମ । ବର୍ତ୍ତମାନ ଦେଶରରେ ସାଇବର ଅପରାଧକୁ ଅଟକାଇବା ପାଇଁ ପୋଲିସ ପାଖରେ ଯଥେଷ୍ଟ ବ୍ୟବସ୍ତା ମଧ୍ୟ ନାହିଁ । ଏବେ ସାଇବର ଅପରାଧୀଙ୍କ ନୂଆ ମାଧ୍ୟମ ସାଜିଛି ହ୍ୱାଟସଆପ୍ ।  ହ୍ୱାଟସ୍ ଆପ୍ ମାଧ୍ୟମରେ ହେଉଥିବା ସାଇବର ଅପରାଧରେ ଆପରାଧୀଙ୍କୁ ଧରିବା ବହୁତ କଷ୍ଟ ହୋଇପଡ଼ୁଛି ।

ତେବେ ପ୍ରତ୍ୟେକ ଦିନ ଦେଶରେ ସାଇବର ଅପରାଧର ବଡ଼ ବଡ଼ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏଥର ସାଇବର ଅପରାଧୀଙ୍କ ଶିକାର ହୋଇନାହାଁନ୍ତି ଜଣେ କେନ୍ଦ୍ର ମନ୍ତ୍ରୀ । ସାଇବର ଅପରାଧୀମାନେ ଶିଳ୍ପ ବିଭାଗର ଓ ଜଲ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ କରିଛନ୍ତି ଟାର୍ଗେଟ ।  ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଛନ୍ତି ଠକ।  ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗରେ ସେ କହିଛନ୍ତି  ମନ୍ତ୍ରୀଙ୍କ ହ୍ୱାଟସ୍ଆପରେ ଏକ ଅଜଣା ନମ୍ବରୁ ଭିଡିଓ କଲ୍ ଆସିଥିଲା ।

ଭିଡିଓ କଲ୍ ପାଇବା ପରେ ଆରପାର୍ଶ୍ୱରେ ଥିବା ମହିଳା ତାଙ୍କ ପୋଷାକ ଖୋଲିବା ଆରମ୍ଭ କରିଥିଲେ। ନଗ୍ନ କଲ୍ ଦେଖି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସଙ୍ଗେ ସଙ୍ଗେ କଲକୁ କାଟିଦେଇଥିଲେ । ଏହା ପରେ ସେ ପ୍ରଥମେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଏବଂ ଏଫଆଇଆର ଦାଖଲ କରିଥିଲେ। ତେବେ ମନ୍ତ୍ରୀଙ୍କ ଅଭିଯୋଗ ପରେ ଆକ୍ସନକୁ ଆସିଥିଲା ଦିଲ୍ଲୀ ପୋଲିସ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ରାଜସ୍ଥାନର ଭରତପୁରରୁ ଦୁଇ ଜଣ ଅପରାଦଧୀଙ୍କୁ ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼