Masthead

ବିମାନ ଟଏଲେଟରେ ଫସିଲେ ଯାତ୍ରୀ

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ସ୍ପାଇସଜେଟ୍‌ ବିମାନ ଟଏଲେଟରେ ଫସିଲେ ଯାତ୍ରୀ । ମୁମ୍ବାଇ ବେଙ୍ଗାଲୁରୁ ବିମାନରେ ପାଖାପାଖି ଦେଢଘଣ୍ଟାରୁ ଅଧିକ ସମୟ ଫସିଯାଇଥିଲେ ଯାତ୍ରୀ । ଟଏଲେଟ ଡୋର୍‌ ଲକ୍‌ ହୋଇଯିବା କାରଣରୁ ସେ ଟଏଲେଟରୁ ବାହାରି ପାରି ନଥିଲେ । ଏହାପରେ କେମ୍ପାଗୌଡା ବିମାନ ବନ୍ଦରରେ ପହଞ୍ଚିବା ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଏପରି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ । ପ୍ରାୟ ଏକ ଘଣ୍ଟା ଧରି ବିମାନର ଶୌଚାଳୟରେ ଫସି ରହିଥିଲେ ଯାତ୍ରୀ ଜଣକ । ବିମାନ ନମ୍ବର ଏସଜି ୨୬୮ରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ବାହାରିଥିଲା ସ୍ପାଇସଜେଟ ।

ରାତି ୧୦ଟା ୫୫ରେ ବିମାନଟି ବେଙ୍ଗାଲୁରୁ ଛାଡିଥିଲା । କିନ୍ତୁ ମଝି ଆକାଶରେ ଘଟିଗଲା ଅଘଟଣ । ଯାତ୍ରୀ ଜଣକ ଟଏଲେଟ ଯାଇଥିବାବେଳେ ଅଚାନକ ଏହା ଆପେ ଆପେ ଲକ୍‌ ହୋଇଯାଇଥିଲା । ସେ ଯେତେ ଚେଷ୍ଟା କଲେ ବି ବିମାନ ଶୌଚାଳୟର କବାଟ ଖୋଲି ପାରିନଥିଲେ ।ଏହାପରେ ଜଣେ ଏୟାର ହୋଷ୍ଟେସ ବ୍ୟକ୍ତିଙ୍କ ସାହାସ ବଢାଇଥିଲେ । ଏକ ନୋଟ୍‌ ଲେଖି ସେ କବାଟ ଫାଙ୍କରୁ ତାଙ୍କୁ ଦେଇଥିଲେ । ସେଥିରେ ସେ ଲେଖିଥିଲେ ସାର୍‌ ଆମେ କବାଟ ଖୋଲିବା ପାଇଁ ଚେଷ୍ଟା ଜାରି ରଖିଛୁ ।

କିନ୍ତୁ କରିପାରୁନାହିଁ । ଭୟଭୀତ ହୁଅନ୍ତୁ ନାହିଁ । କିଛି ସମୟରେ ଆମେ ଅବତରଣ କରିବୁ । କମୋଡର କଭର ବନ୍ଦ କରି ତା ଉପରେ ବସିଥାନ୍ତୁ । ମେନ୍‌ ଡୋର୍‌ ଖୋଲା ହେବା ମାତ୍ରେ ଇଞ୍ଚିନିଅର ଆସି ପହଞ୍ଚିବେ । ତେବେ ଏହି ଘଟଣାରେ ବିମାନ କମ୍ପାନୀ ଦୁଃଖ ପ୍ରକାଶ କରିଛି । ଏହା ସହ ପୀଡ଼ିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆ ଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ