Masthead

‘ଜଲଦି ଘର ଖାଲି କର, ନହେଲେ ବାହାର କରିଦିଆଯିବ’

କୋଲକାତା (ବଡ଼ ଖବର ବ୍ୟୁରୋ): ବଢିଲା ଟିଏମସି ନେତା ମହୁଆ ମୋଇତ୍ରୋଙ୍କ ଅଡୁଆ । ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ୍ । ଡିସେମ୍ବର ମାସରେ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ, ଏବେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ନୋଟିସରେ ଟିଏମସି ନେତା ମହୁଆଙ୍କୁ ଲୋକ ସଭା ଏମ୍‌ପି ଭାବରେ ଦିଆଯାଇଥିବା ବଙ୍ଗଳାକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି। ମହୁଆ ବର୍ତ୍ତମାନ ଏହି ସରକାରୀ ବଙ୍ଗଳାରେ ରହୁଛନ୍ତି।

ଇଷ୍ଟେଟ ନିର୍ଦ୍ଦେଶାଳୟ ଦ୍ୱାରା ଟିଏମସି ନେତାଙ୍କୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଯଦି ମାହୁଆ ନିଜେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କୁ ଏବଂ ସେଠାରେ ରହୁଥିବା ଅନ୍ୟ ଲୋକଙ୍କୁ ଘର ଭିତରୁ ବାହାର କରିଦିଆଯିବ। ପ୍ରଥମେ ମହୁଆ ମୋଇତ୍ରଙ୍କୁ ଜାନୁଆରୀ ୭ ଭିତରେ ଘର ଖାଲି କରିବାକୁ ନିର୍ଦ୍ଦେଶ ମିଳିଥିଲା । ଆଉ ଏହା ପରେ ତାଙ୍କୁ ୮ ତାରିଖରେ ସମ୍ପଦା ନିର୍ଦ୍ଦେଶାଳୟ ପୁଣି ନୋଟିସ୍ କରିଥିଲା । ତିନି ଦିନ ଭିତରେ ଏହି ନୋଟିସର ଜବାବ ଦେବା ସହିତ, ସେ କାହିଁକି ସରକାରୀ ଆବାସ ଖାଲି କରିନାହାଁନ୍ତି ସେ ନେଇ ପଚରାଯାଇଥିଲା । ଏହାପରେ ଜାନୁଆରୀ ୧୨ ତାରିଖରେ ମୋହୁଆ ମୋଇତ୍ରଙ୍କୁ ତୃତୀୟ ନୋଟିସ୍ ପଠାଯାଇଥିଲା । ଆଉ ଘର ଖାଲି କରିବାକୁ କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ