Masthead

ଶିଶୁଙ୍କ ଉପରେ ଟିକା ଟ୍ରାଏଲ ଆରମ୍ଭ କଲା ପାଟନା ଏମ୍ସ

ପାଟନା(ବଡ଼ ଖବର ବ୍ୟୁରୋ): ଶିଶୁମାନଙ୍କ ଉପରେ କୋଭିଡ ଭ୍ୟାକ୍ସିନ ଟ୍ରାଏଲ ଆରମ୍ଭ କରିଛି ପାଟନା ଏମ୍ସ । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ-୧୯ କୋଭାକ୍ସିନର ଶିଶୁମାନଙ୍କ ଉପରେ ପ୍ରଭାବ ଜାଣିବାକୁ ପରୀକ୍ଷା କରିଛି ପାଟନାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ । ପିଲାମାନଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ପରୀକ୍ଷା କରିବା ପାଇଁ ମେ ୧୧ରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଥିଲା । ଏହା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଭି.କେ ପାଲ, ନୀତି ଆୟୋଗ କହିଥିଲେ ଯେ, ୨ବର୍ଷରୁ ୧୮ବର୍ଷ ବୟସର ସମସ୍ତଙ୍କୁ କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆ ଦ୍ବାରା ଅନୁମୋଦିତ ହୋଇଛି । କୋରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଟିକାକରଣ ଡ୍ରାଇଭ ଆରମ୍ଭ ହୋଇଛି ।

ପର୍ୟ୍ୟାୟ କ୍ରମରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଏହା ପରେ ଫେବୃଆରୀ ୨ରୁ ଆଗଧାଡି କର୍ମୀ ଓ ମାର୍ଚ୍ଚ ୧ରେ ଦେଶର ବରିଷ୍ଠ ନାଗରିକଙ୍କୁ ଟୀକାକରଣ କରାଯାଇଥିଲା । ଏହା ପରେ ଏପ୍ରିଲ ୧ରୁ ସମସ୍ତ ବର୍ଗର ଲୋକଙ୍କୁ ଆରମ୍ଭ ହୋଇଛି ଟିକାକରଣ । ମେ ୧ରୁ ତୃତୀୟ ପର୍ୟ୍ୟାୟ ଟୀକାକରଣରେ ୧୮ ରୁ ୪୪ ବର୍ଷୀୟ ସମସ୍ତ ହିତାଧିକାରୀଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଭାରତରେ ତିନୋଟି କୋଭିଡ ଟିକା ରହିଛି । ଭାରତ ବାୟୋଟେକର କୋଭାକ୍ସିନ, ସେରମର କୋଭିସିଲ୍ଡ ଓ ଋଷିଆର ସ୍ପୁଟନିକ-ଭି । ତେବେ କୋଭାକ୍ସିନ ଓ କୋଭିସିଲ୍ଡ ଭାରତରେ ନିର୍ମିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ