Masthead

ଲାଉଗୁଡ଼ା ଗ୍ରାମବାସୀଙ୍କ ଧମକ, ଆନ୍ଧ୍ରରେ ମିଶିବୁ

ରାମନାଗୁଡ଼ା (ବଡ଼ ଖବର ବ୍ୟୁରୋ): ସମାଧାନ ହେଉନି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ । ଆନ୍ଧ୍ର କେତେବେଳେ ପାଣି ତ କେତେବେଳେ ବାଲି ଓଡ଼ିଶାରୁ ଚାଲାଣ କରୁଛି । ଆଉ ଏବେ ଓଡିଶା ଜମିକୁ ନିଜ ଅକ୍ତିଆରକୁ ନେଇଥିବା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଲାଉଗୁଡା ଗାଁ ଲୋକ ଅଭିଯୋଗ କରିଛନ୍ତି । ଲାଉଗୁଡା ଗାଁର ଜଣେ ଲୋକ ଉଭୟ ଆନ୍ଧ୍ର ଓ ଓଡିଶାର ଆଧାର କାର୍ଡ , ରାସନ କାର୍ଡ ହାତେଇଛନ୍ତି । ଗାଁକୁ ରାସ୍ତା ନାହିଁ । ମନରେଗାରେ ପ୍ରାପ୍ୟ ମିଳୁନି । ଆବାସ ଯୋଜନାରେ ଘର ମିଳୁନି । ଓଡିଶା ଜମି ଆନ୍ଧ୍ର ଲୋକଙ୍କ କବଜାରେ ଦୀର୍ଘଦିନ ହେବ ରହିଛି । ସ୍କୁଲ ପିଲାମାନଙ୍କୁ ସୁବିଧା ମିଳୁନାହିଁ ।

ମାତ୍ର ଜଣେ ଲୋକଙ୍କ ସମାନ ନମ୍ବରର ଦୁଇଟି ରାଜ୍ୟର ଦୁଇଟି ଆଧାରକାର୍ଡ , ଦୁଇଟି ରାଜ୍ୟର ଦୁଇଟି ରାସନକାର୍ଡ। କିନ୍ତୁ ନାମ ଦୁଇଟି ରାଜ୍ୟରେ ଅଲଗା ଅଲଗା । ଓଡିଶାରେ ଶରତ କୁମାର ଶବର ଥିବାବେଳେ ଆନ୍ଧ୍ରରେ ମାଠାଙ୍ଗି ମାଣିକ୍ୟାମ ରହିଛି । ସେହି ଗାଁର ଆଉ ଜଣେ ପରିବାର ଅର୍ଜୁନ ଶବରଙ୍କୁ ଆନ୍ଧ୍ର ପକ୍ଷରୁ ତାଙ୍କ ପରିବାର ସଦସ୍ୟଙ୍କ ନାମ ଥାଇ ଏକ ପରିଚୟପତ୍ର ମଧ୍ୟ ମିଳିଛି । ମୁଖ୍ୟ ସମସ୍ୟା ଅଞ୍ଚଳର ଜମି ଆନ୍ଧ୍ର ଲୋକଙ୍କ ଅକ୍ତିଆରରେ ରହିଛି । ଆଉ ବିବାଦ ମଧ୍ୟ ବହୁ ପୁରୁଣା । ବହୁବାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ସମସ୍ୟାର ସମାଧାନ ହୋଇନାହିଁ।

ଓଡ଼ିଶାର ଲାଉଗୁଡା ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗିରହିଛି । ବିଭିନ୍ନ ସମୟରେ ଫସଲ ବିକ୍ରି କରିବା ପାଇଁ ଲୋକ ଆନ୍ଧ୍ର ଉପରେ ନିର୍ଭର କରନ୍ତି । ଅଞ୍ଚଳର ବିକାଶ ସହ ଜମି ସମସ୍ୟାର ସମାଧାନ ନହେଲେ ଆନ୍ଧ୍ରରେ ମିଶିବେ ବୋଲି ଗାଁ ଲୋକ ଚେତାବନୀ ଦେଇଛନ୍ତି । ଏପଟେ ଗାଁକୁ ପକ୍କା ରାସ୍ତା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଛି ବୋଲି ସରପଞ୍ଚ କହିଛନ୍ତି । ତଥାପି ଆନ୍ଧ୍ରର କବଜା ଯୋଗୁ ଲୋକେ ଭୂମିହୀନ ହୋଇଛନ୍ତି । ଲାଗିରହିଥିବା ସମସ୍ୟାର ସମାଧାନ ଓଡ଼ିଶା ପ୍ରଶାସନ ସ କିପରି କରିବ ତାହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ