Masthead

ତାଲିବାନୀଙ୍କ ଭୟରେ ଦେଶ ଛାଡିଲେ ପପ୍ ଷ୍ଟାର

କାବୁଲ(ବଡ଼ ଖବର ବ୍ୟୁରୋ):  ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଜବରଦଖଲ କରିବା ପରେ ତାଲିବାନ ଏବେ ନିଜ ମନମୁଖୀ ଶାସନ ଚଳାଇଛି । ଅନ୍ୟପକ୍ଷେ ତାଲିବାନର ଅକଥନୀୟ ନିର୍ଯାତନା ପାଇଁ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ଆଫଗାନି ନାଗରୀକ । ଆଫଗାନର ଜଣେ ଯୁବତୀ ଯିଏକି ତାଲିବାନ ଭୟରେ କହିଛନ୍ତି , ‘ଯଦି ତାଲିବାନୀ ମୋତେ ଘେରିଯାନ୍ତି’ତେବେ ମୋତେ ଗୁଳି କରିଦେବ । କିନ୍ତୁ ତାଲିବାନକୁ ମୋତେ ଦିଅନା । ତାଲିବାନୀ ମୋତେ ଯଦି ଜୀଅନ୍ତା ଧରି ଦେଇଥାନ୍ତେ ତେବେ ମୋ ଅବସ୍ତା କ’ଣ ହୋଇଥାନ୍ତା ।

ଏଭଳି କହିଛନ୍ତି ଆଫଗାନର ଜଣେ ଲୋକପ୍ରିୟ ପପ୍ ଷ୍ଟାର ଆର୍ଯ୍ୟାନା ସଇଦ । ତେବେ ସେ ଏବେ ଦେଶ ଛାଡି ପଳାଇଛନ୍ତି । ସେ ଏବେ ତୁର୍କୀରେ ଅଛନ୍ତି । ସେ କହିଛନ୍ତି, ମୁଁ ମ୍ୟୁଜିକ ତିଆରି କରେ । ଆଉ ମୁଁ ମହିଳାଙ୍କୁ ସମର୍ଥନ କରେ । ସେ ଆହୁରି କହିଛନ୍ତି ,ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଥିଲା, ସେତେବେଳେ ସେଠି କୌଣସି ପ୍ରକାର ମ୍ୟୁଜିକ ନଥିଲା । ସେ କହିଛନ୍ତି ସଙ୍ଗୀତ ଦେଶର ସଂସ୍କୃତି ଆମ ପରିଚୟ । ସଙ୍ଗୀତ ବିନା ଦେଶ ଦେଶ ନୁହେଁ କେବଳ ଖଣ୍ଡେ ଜମି । ତାଲିବାନ ଆଫଗନିସ୍ତାନକୁ କବଜା କରିବା ପରେ ଅନେକ କଳାକାର ଦେଶ ଛାଡୁଛନ୍ତି । ତାଲିବାନର ଅତ୍ୟାଚାର ସହ୍ୟ କରିନପାରି ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତନରେ ସଙ୍ଗୀତ,କବିତା,ଚଳଚ୍ଚିତ୍ର ଏବଂ କଳା ସହ ଜଡିତ ଅନେକ କାର୍ଯ୍ୟକଳାପର ବୃଦ୍ଧି ଘଟିଛି । ହେଲେ ତାଲିବାନ ପାଇଁ ଆଫଗାନିସ୍ତାନର କଳା ବପଦରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ