Masthead

ସଂସଦରେ ପୁଣି ଉଠିଲା ସେଂଗୋଲ ବିବାଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଲୋକ ସଭାରେ ଉଠିଛି ସେଂଗୋଲ ବିବାଦ। ନୂଆ ସରକାର ଗଠନ ହେବା ପରେ ଲୋକ ସଭାରେ ସ୍ବତନ୍ତ୍ର ଅଧିବେଶନ ଜାରି ରହିଛି। ତେବେ ଆଜି ଅଧିବେଶନ ଆରମ୍ଭ ହେଉ ହେଉ ସେଂଗୋଲକୁ ନେଇ ଝଡ ଆରମ୍ଭ ହୋଇଛି। ବିରୋଧୀ ସଂସଦରେ ସେଂଗୋଲ ହଟାଇ ସମ୍ବିଧାନ ପୁସ୍ତକକୁ ସ୍ଥାନ ଦେବାକୁ ଦାବି କରିଛନ୍ତି। ଯାହାକୁ ନେଇ ନୂଆ ସଂସଦରେ ପୁଣି ସେଂଗୋଲ ବିବାଦ ଘନେଇଛି। ସଂସଦ ଗୃହରେ ବାଚସ୍ପତି ଆସନ ନିକଟରେ ସ୍ଥାପିତ ସେଙ୍ଗୋଲ ହଟାଇବାକୁ ବିରୋଧୀ ଦଳ ଦାବି କରିଛନ୍ତି। ଏ ନେଇ ଗୃହରେ ହୋହାଲ୍ଲା ହୋଇଛି। ସମାଜବାଦୀ ପାର୍ଟି (ଏସପି) ସେଙ୍ଗୋଲକୁ ରାଜତନ୍ତ୍ରର ପ୍ରତୀକ ବୋଲି କହି ଏହାକୁ ହଟାଇବା ସହ ତା’ସ୍ଥାନରେ ସମ୍ବିଧାନ ପ୍ରତିଷ୍ଠା ବହିକୁ ସ୍ଥାନ ଦେବାକୁ ଦାବି କରିଛି। ସମାଜାବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଆର୍‌କେ ଚୌଧୁରୀ କହିଛନ୍ତି, ‘ସମ୍ବିଧାନ ବେଶ୍‌ ମହତ୍ତ୍ୱପୂର୍ଣ୍ଣୋ। ଏହା ଗଣତନ୍ତ୍ରର ପ୍ରତୀକ। ପୂର୍ବ କାର୍ୟ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ସଂସଦରେ ‘ସେଙ୍ଗୋଲ’ ପ୍ରତିଷ୍ଠା କରିଥିଲେ।

‘ସେଙ୍ଗୋଲ୍’ ଅର୍ଥ ‘ରାଜ-ଦଣ୍ଡ’, ଏହା ରାଜା-ରାଜୁଡାଙ୍କ ପ୍ରତୀକ। ରାଜକୁମାର ବ୍ୟବସ୍ଥାକୁ ସମାପ୍ତ କରି ଦେଶ ସ୍ୱାଧୀନ ହେଲା। ତେବେ ଦେଶ ‘ରାଜ ଦଣ୍ଡ’ ଦ୍ୱାରା ପରିଚାଳିତ ହେବ ନା ସମ୍ବିଧାନ ଦ୍ୱାରା? ସମ୍ବିଧାନକୁ ବଞ୍ଚାଇବା ପାଇଁ ସେଙ୍ଗୋଲକୁ ସଂସଦରୁ ହଟାଇବାକୁ ମୁଁ ଦାବି କରୁଛି।’ ଆର କେ ଚୌଧୁରୀଙ୍କ ବୟାନକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆମ ଦଳର ଏମପି ଏକଥା ଏଥିପାଇଁ କହୁଛନ୍ତି ଯେତେବେଳେ ନୂଆ ସଂସଦରେ ସେଙ୍ଗୋଲ ସ୍ଥାପନ ହୋଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଏହା ସାମ୍ନାରେ ନତମସ୍ତକ ହୋଇଥିଲେ। କିନ୍ତୁ ଯେତେବେଳେ ଶପଥ ନେଲେ ସେତେବେଳେ ନମସ୍କାର କରିବାକୁ ଭୁଲି ଯାଇଥିଲେ। ବୋଧେ ମୋଦି ବି ଏବେ ଅନୁଭବ କରୁଛନ୍ତି କି, ସଂସଦରେ ସମ୍ବିଧାନ ରହିବା ଆବଶ୍ୟକ। ଖାସ୍‌ ଏଥିପାଇଁ ମୋ ସାଂସଦ ତାଙ୍କୁ ମନେ ପକାଇ ଦେଇଛନ୍ତି। ସେପଟେ କଂଗ୍ରେସ ମଧ୍ୟ ସାମଜାବଦୀ ପାର୍ଟିର ସାଂସଦଙ୍କ ଦାବିରେ ଏକମତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ