Masthead

ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲର ଦାମ କେତେ ?

ଭୁବେନଶ୍ବର (ବଡ଼ ଖବର ବ୍ୟୁେରା): ଦିନକୁ ଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଦର ଏତେ ବଢିଲାଣି ଯେ, ସ୍ଥିତି ଅସମ୍ଭାଳ ହେବୋର ଲାଗିଛି । ୫୪ ଦିନରେ ୩୦ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ସାରା ଦେଶରେ ଏବେ ପେଟ୍ରୋଲ ଓ ଡିଜେଲ ଦର ଶତକ ପାର କରିଛି । ସେପଟେ ମାଲକାନଗିରିରେ ପେଟ୍ରୋଲ ଦର ସବୁଠାରୁ ଅଧିକ ରହିଛି । ମାଲକାନଗିରିେର ପେଟ୍ରାଲ ଦର ୧୦୪ ଟଙ୍କା ୧୨ ପଇସା ଥିବା ବେଳେ ଡିଜେଲ ଦର ୧୦୧ ଟଙ୍କା ପାର କରିଛି ।

ମହାମାରୀ ସାଙ୍ଗକୁ ବର୍ଦ୍ଧିତ ତୈଳ ଦର ଗ୍ରାହକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ସାରା ଦେଶରେ ଏବେ ପେଟ୍ରୋଲ ଓ ଡିଜେଲ ଦର ଶତକ ପାର କରିଛି । ଓଡ଼ିଶାରେ ସବୁଠାରୁ ଅଧିକ ପେଟ୍ରୋଲ ଦାମ ରହିଛି ମାଲକାନଗିରି ଜିଲ୍ଲାରେ । ସାଧାରଣ ପେଟ୍ରୋଲ ୧୦୪ ଟଙ୍କା ୩୭ ପଇସା ଥିବା ବେଳେ ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲ ୧୦୮ ଟଙ୍କା ୧୨ ପଇସା ରହିଛି । ସେହିପରି ୧୦୧ ଟଙ୍କା ୮୫ ପଇସା ରହିଛି ଡିଜେଲର ଦାମ । ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି ।

କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶର ମୋଟ୍ ୯ଟି ରାଜ୍ୟରେ ପେଟ୍ରୋଲ ଦର ୧୦୦ ଛୁଇଁଛି । ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, ଚେନ୍ନାଇ, କୋଲକାତା, ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀରରେ ବଢୁଛି ପେଟ୍ରୋଲ ଦର ।

୫ଟି ରାଜ୍ୟରେ ନିର୍ବାଚନ ସରିବା ପରେ ଏବେ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ମହାମାରୀ ସମୟରେ ବର୍ଦ୍ଧିିତ ପେଟ୍ରୋଲ ଓ ଡିଜେଲ ଦର ବେଡ଼ି ଉପରେ କରୋଡ଼ା ମାଡ଼ ଭଳି ମନେ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା