Before Header

ଆଞ୍ଚଳିକ ଖବର ସଂକ୍ଷେପରେ

0 38

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ୧- ଜୁନ ୨୮ ତାରିଖ ବଡବିଲବାସୀଙ୍କ ପାଇଁ ଏକ ଦୁଃଖଦ ଦିନ । ଭଦ୍ରାସହି ଭୁଷୁ ଗାଁରେ ଜଣେ ଯୁବକ ଗଛରେ ରସି ଦେଇ ମୃତ୍ୟୁ କରିଥିବା ଖବର ଆସିବାପରେ ସତେ ଯେମିତି ଆତ୍ମହତ୍ୟାର ଏକ ଲମ୍ବା ଦୌଡ଼ ଲାଗିଗଲା ସହରରେ ।
୨-ବଡ଼ବିଲ ମହାନ୍ତ ବସ୍ତିର ୪୫ ବର୍ଷୀୟ ଭୋଲେନାଥ ମହାନ୍ତ ଘରେ ରସିଦେଇ ଆତ୍ମହତ୍ୟା କରିଥିଲେ । ମୃତ ଭୋଲେନାଥର ସ୍ତ୍ରୀ ପ୍ରଥମେ ଦେଖି ତାକୁ ବଡ଼ବିଲ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।
୩- ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ଅନୁଯାୟୀ ବ୍ୟକ୍ତି ଜଣକ ପ୍ରଚୁର ମଦ୍ୟପାନ କରିଥିଲେ । ଠିକ୍ ସେହିପରି ବଡ଼ବିଲ ପି ଏଚ ଇ ଡି ଅଂଚଳର ଦୁସ୍ମା ଗାଗରାଇ ନାମକ ଜଣେ ବୃଦ୍ଧା ଆତ୍ମହତ୍ୟା କରିଛନ୍ତି ।
୪-ତାଙ୍କ ଝିଅଙ୍କ କହିବା ଅନୁଯାୟୀ ସେ ଖାଇ ଘରେ ସୋଇଥିଲେ ଓ ସକାଳେ ଉଠି ଦେଖିଲାବେଳକୁ ସେ ଘରେ ଲୁଗାକାନିରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ।
୫-ମାନସିକ ଦୁଃଶ୍ଚିନ୍ତା କିମ୍ବା ଏହାର ପ୍ରକୃତ କାରଣ ଜଣା ନପଡିଥିଲେ ମଧ୍ୟ ବଡ଼ବିଲ ପାଇଁ ଏକ ଅପମୃତ୍ୟୁର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ ।
୬-ଘରେ ଆସୁନି ମୋବାଇଲ ନେଟୱର୍କ । କରୋନା ପାଇଁ ସ୍କୁଲ ଓ କଲେଜ ଖୋଲୁନଥିବାରୁ ରାଜ୍ୟ ସରକାର ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି । କିନ୍ତୁ ନେଟୱର୍କର ଅସୁବିଧା ଥିବାରୁ ଗାଁ ଗହଳିର ପିଲା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
୭-ନେଟୱର୍କ ପାଇଁ କେତେ ଯେ କସରତ କରିବାକୁ ପଡୁଛି ତାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି । ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କିଆଯୋଡି ଗାଁର ।
୮-ପିଲାମାନେ ଗାଁରୁ ପାଞ୍ଚରୁ ୬ କିଲୋମିଟର ଦୂରରେ ଏକ ଗାଡ଼ିଆ କୂଳରେ ବସି ପାଠ ପଢୁଛନ୍ତି । ପାଖରେ ଜଙ୍ଗଲ ଥିବାରୁ ବନ୍ୟଜନ୍ତୁଙ୍କର ମଧ୍ୟ ଭୟ ରହିଛି । ବ୍ଲକର ପ୍ରାୟ ସବୁ ଗାଁରେ ଏଭଳି ସ୍ଥିତି ।
୯- ସମସ୍ୟା ଏଇଠି ସରିନି ସବୁ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ କ୍ଳାସ ମଧ୍ୟ କରିପାରୁନାହାଁନ୍ତି । ସେଥିରେ ପୁଣି ବର୍ଷା ପବନ ହେଲେ ସଙ୍ଗେ ସଙ୍ଗେ ପାଠ ପଢା ବନ୍ଦ ।
୧୦-ରାଜଧାନୀ ଉପକଣ୍ଠରେ ଏହି ସମସ୍ୟା ବହୁତ ଦିନର । ନେଟୱର୍କ ସମସ୍ୟା ନେଇ ଉପଭୋକ୍ତା ମାନେ କମ୍ପାନୀଗୁଡିକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବିନା ନେଟୱର୍କରେ କମ୍ପାନୀଗୁଡିକ ଶୋଷଣ କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି ।
୧୧-କୋଣାର୍କରେ ଲୋକେ କୋଭିଡ଼ କଟକଣା ମାନୁ ନଥିବା ଦେଖା ଦେଇଥିଲା। ସଟଡ଼ାଉନ ଥିବା ସତ୍ତ୍ୱେ ଅମାନିଆ ମାନେ କଟକଣାକୁ ଫୁ କରି ବାହାରକୁ ଚାଲି ଆସିଥିଲେ।
୧୨-ପ୍ରଶାସନ ପକ୍ଷରୁ କୋଣାର୍କରେ ଆଜି ଚେକିଂ ଜୋରଦାର ଥିବାରୁ ଆମାନିଆ ହୋଇଥିଲେ ସାବାଡ଼। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ଶରତ ପରିଡା ଏବଂ କୋଣାର୍କ ଥାନା କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଚଢାଉ ।
୧୩-କୋଣାର୍କ ବଜାରରେ ହେଉଥିବା ଚେକିଂରେ ୪୦ ଟି ଫାଇନ କଟାଯାଇଥିବା ବେଳେ ପ୍ରାୟ ୪୦୦୦ ରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା ଆଦାୟ କରାଯାଇଛି।ଯାହ | ଅମାନିଆଙ୍କୁ ସାବଡ଼ କରିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
୧୪-ଟିଟିଲାଗଡ଼ ସହରକୁ ସବୁଜ ବନାନୀ କରିବା ଲକ୍ଷ୍ୟରେ କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ତରଫରୁ ସହରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବର୍ଷ ବର୍ଷ ଧରି ଚାଲିଛି । ଏହି ପରିପ୍ରେକ୍ଷୀରେ ସମିତିର ସାଧାରଣ ସମ୍ପାଦକଙ୍କ ନେତୃତ୍ୱରେ କେପିଏସଏସ ଟିମ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
୧୫-ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ ଯୋଗ ଦେଇ ଟିମ୍ କେ ପି ଏସ ଏସ ର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତେ ଏହି ଅଭିଯାନରେ ସାମିଲ ହୋଇ ବୃକ୍ଷ ରୋପଣ କରିବାକୁ ଆହ୍ଵାନ ଦେଇଥିଲେ |
୧୬-ସେହିପରି ଈଶ୍ୱର ଜୈନ ଗୋଟିଏ ଗଛ ଗୋଟିଏ ଜୀବନ ବୋଲି କହିବା ସହ ଗଛ ଲଗାଇବା ଆଉ ବଞ୍ଚାଇବା ମଧ୍ୟ ଆମର ଲକ୍ଷ୍ୟ ରଖିଲେ ସଫଳତା ନିଶ୍ଚୟ ପାଇବା ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମିତିର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତେ ବୃକ୍ଷ ରୋପଣ କରିଥିଲେ।
୧୭-ଓଡ଼ିଶା ମାଟିର ପୁଅ ଜୀବନ ପାଇଁ କରୁଛି ସଂଘର୍ଷ, ସୌମ୍ୟରଞ୍ଜନ ଲେଙ୍କା ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିର ଗ୍ରାମ ମାଲପଟଣା କେନ୍ଦ୍ରାପଡ଼ା ସୁଦୂର ହାଇଦ୍ରାବାଦର ବାଜରା କମ୍ପାନୀରେ ଜଣେ ପାଣି ପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ ।
୧୮-ସେ ଘରକୁ ଫେରୁଥିବା ସମୟରେ ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି | ପ୍ରଥମେ ହାଇଦ୍ରାବାଦର କାକଟିଆ ଓ ପରେ ଇଏସଆଇ ଦ୍ୱାରା ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି |
୧୯-ପ୍ରତ୍ୟେକ ଦିନର ଖର୍ଚ୍ଚ କରିବାକୁ କେହି ନାହାନ୍ତି | ଘରେ ସୌମ୍ୟ ଏକ ମାତ୍ର ପୁଅ | ତେଣୁ ଆପଣ ମାନଙ୍କ ସାହାଯ୍ୟ ସୌମ୍ୟଙ୍କୁ ବଞ୍ଚାଇ ପାରିବ | ସୌମ୍ୟଙ୍କୁ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଫୋନ ପେ ମାଧ୍ୟମରେ ସାହାଯ୍ୟ କରିବା ପାରିବେ ।
୨୦-ସୌମ୍ୟଙ୍କୁ ସାହାଯ୍ୟ କରିବା ପାଇଁ ସୌମ୍ୟଙ୍କ ସମ୍ପର୍କୀୟ ଭାଇ ମାନସଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସହଯୋଗ କରିପାରିବେ । ମାନସଙ୍କ ଆକାଉଣ୍ଟ ନମ୍ବର -୨୦୭୩୧୦୫୦୦୦୦୨୧୪
ଆଇଏଫଏସସି ନମ୍ବର-ଏଚଡିଏଫସି୨୦୭୩
ଫୋନ ପେ ନମ୍ବର-୮୦୯୬୬୪୩୮୫୭
ଗୁଗୁଲ ପେ ନମ୍ବର-୮୦୯୬୨୯୯୭୬୭
ଯଦି କୌଣସି ସୂଚନା ଦରକାର ତେବେ ମାନସଙ୍କୁ ଏଇ ନମ୍ବରରେ କଲ କରି ପାରିବେ ।

Leave A Reply

Your email address will not be published.