Masthead

ସଟଡାଉନରେ ଦୋକାନ ନ ଖୋଲିବାରୁ ମରଣାନ୍ତକ ଆକ୍ରମଣ

ନାଉଗାଁ (ବଡ଼ ଖବର): କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଲକଡାଉନ ସମୟରେ ସରକାରଙ୍କ ଦ୍ଵାରା ଧାର୍ୟ୍ୟ କରାଯାଇଥିବା ସମୟ ସୀମା ଭିତରେ ଦୋକାନ ଖୋଲାଯିବ ଓ ସଟଡାଉନ ସମୟରେ ସମ୍ପୂର୍ଣ୍ଣ ଭାବେ ଦୋକାନ ବଜାର ବନ୍ଦ ରହିବ। ଏହି ନିୟମକୁ ମାନି ଶିଖର ପଞ୍ଚାୟତର ଅଙ୍ଗେସ୍ଵରପଡା ଠାରେ ସୌଭାଗ୍ୟ ନାୟକ ନିଜ ଦୋକାନ ବନ୍ଦ ରଖିଥିଲେ। କିନ୍ତୁ ସେହି ଗ୍ରାମର ଦୁଇଜଣ ଅସାମାଜିକ ଯୁବକ ଉକ୍ତ ଦୋକାନ ନିକଟରେ ପହଞ୍ଚି ସୌଭାଗ୍ୟଙ୍କ ଭଉଣୀ ଶ୍ରଦ୍ଧାଞ୍ଜଳିଙ୍କୁ ଦୋକାନ ଖୋଲି ତାଙ୍କୁ ଜିନିଷ ଦେବା ପାଇଁ ବାଧ୍ୟ କରିଥିଲେ।

ତାଙ୍କ ଭଉଣୀ ସଟଡାଉନ ଥିବା ନେଇ ଦୋକାନ ଖୋଲିବାକୁ ମନା କରିଥିଲେ । ମନା କରିବାରୁ ସେହି ଦୁଇ ଜଣ ଅସାମାଜିକ ଯୁବକ ତାଙ୍କ ଭଉଣୀକୁ ଗାଳି ଗୁଲଜ କରିବା ସହିତ ତାଙ୍କୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାରପିଟ କରିଥିଲେ । ସୌଭାଗ୍ୟ ଏହାକୁ ପ୍ରତିବାଦ କରିବାରୁ ସେମାନେ ସୌଭାଗ୍ୟ କୁ ବି ଛାଡ଼ି ନଥିଲେ। ଦୁଇ ଅସାମାଜିକ ଯୁବକ ଧରିଥିବା କାଠ ଫାଳିଆରେ ସୌଭାଗ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସୌଭାଗ୍ୟଙ୍କୁ ଗଭୀର ଆଘାତ ଲାଗିଛି । ସେ ଚିକିତ୍ସା ପାଇଁ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ। ସୌଭାଗ୍ୟଙ୍କ ଭଉଣୀ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ ହାତ ଖାଲି । ସୂଚନା ଥାଉକି ସୌଭାଗ୍ୟ ଜଣେ ନାବାଳକ ପିଲା । ନିଜର ପରିବାରର ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ପାଠ ପଢା ବୟସରେ ସେ ଗାଁ ଛକରେ ଗୋଟିଏ ଛୋଟିଆ ଦୋକାନ କରି ପରିବାର ପ୍ରତିପୋଷଣ କରିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା