Masthead

ରାମାପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା

 (ବଡ଼ ଖବର ବ୍ୟୁରୋ): ତେଲେଙ୍ଗାନାର ମୁଗୁଲୁ ଜିଲ୍ଲାରେ ଥିବା ଐତିହାସିକ ତଥା ଦ୍ୱାଦଶ ଶତାବ୍ଦୀର କାକତିଆନ ସ୍ଥାପତ୍ୟ ରାମାପ୍ପା ମନ୍ଦିରକୁ ୟୁନେସ୍କୋ ରବିବାର ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ଦେଇଛି । ବିଶ୍ୱ ଐତିହ୍ୟ କମିଟିର ୪୪ ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି । ତେଲେଙ୍ଗାନାର କୌଣସି ସାଇଟକୁ ଏହି ମାନ୍ୟତା ମିଳିବା ପ୍ରଥମ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିରର ଭବ୍ୟ କଳାକୀର୍ତ୍ତିକୁ ପ୍ରଶଂସା କରିବା ସହ ତେଲେଙ୍ଗାନା ଜନସାଧାରଣ ଓ ସରକାରକୁ ଅଭିନନ୍ଦନ ଜଣାଇଛନ୍ତି।

ରାମାପ୍ପା ମନ୍ଦିର ମହାନ କାକତୀୟ ବଂଶର ସମୃଦ୍ଧ ଶିଳ୍ପକଳାକୁ ପ୍ରଦର୍ଶିତ କରୁଥିବା ବେଳେ ଏହି ମନ୍ଦିର ପରିସରର ଭବ୍ୟତା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ୱାରଙ୍ଗଲ ସ୍ଥିତ ଏହି ଶିବ ମନ୍ଦିର ହେଉଛି ଏକମାତ୍ର ମନ୍ଦିର ଯାହାକି ଏହାର ଶିଳ୍ପକାର ରାମାପ୍ପାଙ୍କ ନାମରେ ରଖାଯାଇଛି। । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପରେ ମଧ୍ୟ ଏହି ମନ୍ଦିରର ବିଶେଷ କ୍ଷୟକ୍ଷତି ହୋଇନାହିଁ ଏବଂ ଏହାର ଏକ ହଜାର ସ୍ତମ୍ଭ ସୁରକ୍ଷିତ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ