Masthead

ଆଶ୍ରିତ ଉଜ୍ୱଳା ଗୃହରୁ ୫ ଅନ୍ତେବାସୀ ଫେରାର

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ଅସହାୟଙ୍କୁ ସାହୟକ ହେବା ପାଇଁ ସରକାର ସୁଧାର ଗୃହ ଯୋଜନା କରିଛନ୍ତି । ଏହି ସୁଧାର ଗୃହରେ ଅସହାୟମାନଙ୍କ ପାଇଁ ରହିବା, ଖାଇବାର ବ୍ୟବସ୍ଥା ସହିତ ତାଙ୍କର ଭଳମନ୍ଦ ବୁଝିବା ପାଇଁ ମଧ୍ୟ ସୁବିଧା କରାଯାଇଛି । ସମସ୍ତ ସୁବିଧା ପାଇ ମଧ୍ୟ ଅନ୍ତେବାସୀମାନେ ସୁଧାରଗୃହରେ ନରହି ଲୁଚି ଫେରାର ହୋଇଯିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଆଶ୍ରିତ ଉଜ୍ୱଳା ଗୃହରୁ ୫ଜଣ ଅନ୍ତେବାସୀ ଫେରାର ହୋଇଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଗତ ୨୩ ତାରିଖ ରାତିରୁ ତରଭା ସ୍ଥିତ ଆଶ୍ରିତ ଉଜ୍ୱଳା ଗୃହରୁ ୫ଜଣ ଅନ୍ତେବାସୀ କୁଆଡେ ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ମିଳୁନାହିଁ । ଏନେଇ ଥାନାରେ ଏକ ମାମଲା ଦାୟର ହୋଇଛି । ଘଟଣାସ୍ଥଳରେ ତରଭା ପୋଲିସ ସହ ସୋନପୁର ଏସଡ଼ିପିଓ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଅନ୍ୟପଟେ ସୁଧାର ଗୃହର ଦାୟିତ୍ୱରେ ଥିବା କବିତା ସେଠୀ ତଦନ୍ତ ସମୟରେ ସାମ୍ବାଦିକମାନଙ୍କୁ ସୁଧାର ଗୃହ ଭିତରକୁ ପଶିବାକୁ ବାରଣ କରିବା ସହ ଗେଟରେ ତାଲା ପକାଇ ଦେଇଥିଲେ । ତେବେ କାହିଁକି ସାମ୍ବାଦିକମାନଙ୍କୁ ମନା କଲେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଗୃହ ଦାୟିତ୍ ବରେ ଥିବା କବିତା ସେଠୀ କହିଛନ୍ତି ସେମାନେ ପଳେଇଲା ଲୋକ ପଳେଇଲେ । ଏଥିରେ କ’ଣ ଅସୁବିଧା ଅଛି । ଏହା ଏକ ସାଧାରଣ କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ