Masthead

ଡକାୟତି ଉଦ୍ୟମ ପଣ୍ଡ: ୪ ଗିରଫ, ଜଣେ ଫେରାର

ବୋମା, ପିସ୍ତଲ ଓ ଖଣ୍ଡା ଜବତ

ଆସିକା (ବଡ଼ ଖବର ବ୍ୟୁରୋ): ଆସିକା ଥାନା ଚାରିମାଇଲି ନିକଟ ଦାଶନାପଲ୍ଲୀ ବିଶ୍ରାମଗାର ଭୋର ସକାଳୁ ଏକ ବଡ଼ଧରଣ ଡକାୟତି ଉଦ୍ୟମକୁ ଆସିକା ପୋଲିସ ପଣ୍ଡ କରିଛି । ଘଟଣା ସ୍ଥଳରୁ ଆସିକା ପୋଲିସ ୪ଜଣକୁ ଗିରଫ କରିଥିବା ବେଳେ ମୁଖ୍ୟ ମାଷ୍ଟରମାଇଣ୍ଡ ଘଟଣା ସ୍ଥଳରୁ ଫେରାର ହୋଇଥିବା ଆସିକା ଏସଡିପିଓ ଉମାଚରଣ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଆସିକା କଲେଜ ଛକର ଅନନ୍ତ ନାରାୟଣ ପଟ୍ଟନାୟକ, କବିସୂର୍ୟ୍ୟନଗର ଥାନା ବାଲିଛାଇ ଫାଣ୍ଡି ଇଲାକାର ବିପିନ ଜେନା, ସାହାସପୁର ଗ୍ରାମର ସତ୍ୟ ପାତ୍ର, ଧରାକୋଟର କୁନା ସ୍ବାଇଁ ପୋଲିସ ଦ୍ବାରା ଗିରଫ ହୋଇ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ଆସିକା କଲେଜ ଛକ କୋଟିବାଡିର ସୂର୍ୟ୍ୟ ପାତ୍ର ଫେରାର ରହିଛି ।

ସେମାନଙ୍କ ନିକଟରୁ ପୋଲିସ ୫ଟି ଜୀବନ୍ତ ବୋମା, ଗୋଟିଏ ପିସ୍ତଲ,୨ଟି ୭.୬୫ ଏମଏମ ଜୀବନ୍ତ କାଟ୍ରିଜ, ୪ଟି କଳା ମାସ୍କ, ଗୋଟିଏ ଚିଲି ପାଉଡର ପ୍ୟାକେଟ, ୩ଟି ଧାରୁଆ ଖଣ୍ଡା, ୨ଟି ମୋଟର ଚେନ ଦ୍ବାରା ନିର୍ମିତ ମାରଣାସ୍ତ୍ର ଏବଂ ୨ଟି ମୋଟର ସାଇକେଲ ଜବତ କରିଛି । ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ଆସିକା ଏସଡିପିଓ ଉମା ଶଙ୍କର ସିଂ ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା