Masthead

ସରପଞ୍ଚ ଥିଲେ କେନ୍ଦ୍ରମନ୍ତ୍ରୀ ହେଲେ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ସରପଞ୍ଚଥିଲେ କେନ୍ଦ୍ରମନ୍ତ୍ରୀ ହେଲେ । ଏ କଥା ଆପଣଙ୍କୁ ବିଶ୍ଵାସ ହେଉନଥିବ । ହେଲେ ଏହାକୁ ସତ କରି ଦେଖାଇଛନ୍ତି ମହାରାଷ୍ଟ୍ରର ନେତା କପିଲ ପାଟିଲ । ଆଜି ସେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

କପିଲ ପାଟିଲ ହେଉଛନ୍ତି ମହାରାଷ୍ଟ୍ରର ଜଣେ ଆଗଧାଡିର ନେତା । ସେ ୧୯୮୮ ମସିହାରୁ ୧୯୯୨ ମସିହା ପର୍ୟ୍ୟନ୍ତ ଡିଭେ-ଅଞ୍ଜୁର ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ କାର୍ୟ୍ୟ କରୁଥିଲେ । ଏହାପରେ ରାଜନୀତିରେ ସେ ଆଗକୁ ବଢିଥିଲେ । ସେ ଥାନେ ଜିଲ୍ଲା କୋପରେଟିଭ ବ୍ୟାଙ୍କର ଚେୟାରମ୍ୟାନ୍ ଏବଂ ପରେ ପରେ ୧୯୯୨ ମସିହାରୁ ୧୯୯୬ ମସିହା ପର୍ୟ୍ୟନ୍ତ ଭିୱାଣ୍ଡି ପଞ୍ଚାୟତ ସମିତିର ସଦସ୍ୟ ଏବଂ ପରେ ଏହାର ସଭାପତି ହୋଇଥିଲେ । ଏହାପରେ ରାଜନୀତିର ଶିଡି ଚଢିବା ସହିତ ସେ କଂଗ୍ରେସକୁ ମାତ୍ ଦେଇ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରୁ ଲଢିବା ସହିତ ଆଜି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ସରପଞ୍ଚରୁ ଜଣେ ନେତା କେନ୍ଦ୍ରମନ୍ତ୍ରୀ ହେବା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା