Masthead

ପାଠ ପଢିବେ ନୂଆ ବିଧାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଶିକ୍ଷଣ ନେବେ ବିଧାୟକ । ଏଥିପାଇଁ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ହେବ । ବିଧାନସଭାର ସଦସ୍ୟଙ୍କୁ ଗୃହର ନୀତିନିୟମ ଓ ଗୃହ ପରିଚାଳନା ବାବଦରେ ଜଣାଇବା ସହିତ ବିଭିନ୍ନ କମିଟିର କାର୍ୟ୍ୟଶୈଳୀ, ବଜେଟ୍ ପ୍ରକ୍ରିୟା ଓ ବିଧାୟକଙ୍କୁ ସ୍ୱାଧିକାର ଓ ଶୃଙ୍ଖଳା ବାବଦରେ ବ୍ୟାପକ ଜ୍ଞାନ ଦେବାକୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ।୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଆସନ୍ତା ୧୭ ଓ ୧୮ ତାରିଖରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ନବନିର୍ବାଚିତ ବିଧାୟକଙ୍କୁ କେଉଁମାନେ ପ୍ରଶିକ୍ଷଣ ଦେବେ ସେନେଇ ସଂଶୋଧିତ ତାଲିକା ଆସିଛି।

ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡା ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଥିଲା। ଯେଉଁ ତାଲିକାକୁ ଏବେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ବିଜେପି ନେତା ଏହି କାର୍ଯ୍ୟକ୍ରମର ଉଦଘାଟନ କରିବାକୁ ସ୍ଥିର ହୋଇଥିବାରୁ ଗୃହର ଗାରିମା କ୍ଷୂର୍ଣ୍ଣ ହେବ ବୋଲି ଦର୍ଶାଇ ଦଳୀୟ ବିଧାୟକ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେନି ବୋଲି ସ୍ପଷ୍ଟ କରିଥିଲା ବିଜେଡି। ଏବେ ପ୍ରଶିକ୍ଷଣ ଶିବିରକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ସଂଶୋଧିତ ତାଲିକା ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବେ। ସେହିଭଳି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ନବନିର୍ବାଚିତ ବିଧାୟକଙ୍କୁ ସମ୍ବୋଧନ କରିବେ।

ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଭୟ ଶାସକ ଓ ବିରୋଧୀ ଦଳର ଅଭିଜ୍ଞ ନେତା ନବନିର୍ବାଚିତ ବିଧାୟକଙ୍କୁ ଟ୍ରେନିଂ ଦେବେ। ଏହାପରେ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ ହେବ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂସଦୀୟ ସ୍ୱାଧିକାର ଓ କିଭଳି ଜଣେ ଦକ୍ଷ ବିଧାୟକ ହୋଇପାରିବ ତା ଉପରେ ବକ୍ତବ୍ୟ ରଖିବେ । ସଂସଦ ବା ବିଧାନସଭାରେ କିଭଳି ଜନସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ଉତ୍ଥାପନ କରି ହେବ ତା ଉପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦିଗଦର୍ଶନ ଦେବେ । ଅପରାହ୍ନରେ ନେଭା ଆପ୍ଲିକେସନ ଉପରେ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ପ୍ରଶିକ୍ଷଣର ଦ୍ୱିତୀୟ ଦିନରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ବଜେଟ୍ ପ୍ରକ୍ରିୟା ଉପରେ ବିଧାୟକଙ୍କୁ ଟିକିନିଖି ବୁଝାଇବେ । ଏହାପରେ ସାଂସଦ ଭର୍ତ୍ତୃହରି ମହତାବ ଗଣତନ୍ତ୍ରରେ କମିଟିର କାର୍ୟ୍ୟଶୈଳୀ ଓ ଏହାର ସୁଫଳ ବିଷୟରେ କହିବେ । ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ବିଧାନସଭା ପ୍ରକ୍ରିୟା ଉପରେ ଦିଗଦର୍ଶନ ଦେବା ନେଇ କାର୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ଉଦ୍ୟାପନୀ କାର୍ଯ୍ୟକ୍ରମରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ଓ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ । ବିଧାନସଭା ପକ୍ଷରୁ ଏହି କାର୍ଯ୍ୟକ୍ରମ ସୂଚୀକୁ ଏଭଳି ପ୍ରସ୍ତୁତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି