Masthead

ବିଦେଶ ମାଟିରେ ଭାରତର ଟେକ ରଖିଲେ ଓଡ଼ିଆ ପୁଅ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଭାରତ ପାଇଁ ଗର୍ବ ଆଣିଲେ ଓଡିଆ ପୁଅ । ଚାଇନାର ମକାଉ ଠାରେ ଅନୁଷ୍ଠିତ ସବ୍ ଜୁନିଅର ଉଷୁ ଚାମ୍ପିଅନସିପ୍ – ୨୦୨୩ରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ରମେଶ ମୁଣ୍ଡା । ତାଙ୍କ ଜନ୍ମସ୍ଥାନ କେନ୍ଦୁଝର ଜିଲ୍ଲାର ସିଆଲଯୋଡ । ଚାଇନାର ମକାଉ ଠାରେ ଗତ ୧୪ ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା ।

ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆକୁ ହରାଇ ସ୍ଵର୍ଣ୍ଣ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ରମେଶ । ଫଳରେ ଜନ୍ମ ମାଟିରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଲେଇପଦା ଛକରେ ପହଞ୍ଚିବା ପରେ ତାଙ୍କର ସହପାଠୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଫୁଲମାଳ ପିନ୍ଧାଇ ବନ୍ଦାପନା କରି ସ୍ୱାଗତ ଜଣାଇବା ସହ ଏକ ଶୋଭାଯାତ୍ରାରେ ପାଛୋଟିନେଇଥିଲେ । ଡିଜେ ଓ ଢୋଲର ତାଳେ ତାଳେ ନାଚରେ ମସଗୁଲ ହୋଇଯାଇଥିଲେ ସମସ୍ତେ ।

ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର କମ୍ପାନୀ ପକ୍ଷରୁ ସିଆଲଯୋଡ଼ା ସ୍ପୋର୍ଟସ ହଷ୍ଟେଲ ପରିସରରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ ରମେଶ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୋଚ୍ ପଙ୍କଜ ମହାନ୍ତଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନେ ମଧ୍ୟ ରମେଶଙ୍କୁ ଉପଢୌକନ ପ୍ରଦାନ କରିଥିଲେ ।

ଦେଓଝାର ପଞ୍ଚାୟତ ସରପଞ୍ଚ ଧ୍ରୁବ ଚରଣ ନାଏକ, ଜିନ୍ଦଲ କମ୍ପାନୀର ପ୍ଲାଣ୍ଟ ହେଡ୍, ଏମ ଡି ପୁରୁଷୋତ୍ତମ, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୁଦ୍ଧିଜୀବୀ, କ୍ରୀଡାପ୍ରେମୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗ୍ରାମବାସୀଙ୍କ ସହିତ ରମେଶଙ୍କ ବାପା ରୂପା ମୁଣ୍ଡା ଓ ମା’ ଶଙ୍କ ମୁଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସଭାରେ ରମେଶ ମୁଣ୍ଡା ଆଦିବାସୀ ‘ହୋ’ ଭାଷାରେ ନିଜର ଅନୁଭୂତି ବାଖାଣି ଥିଲେ । ଆଗକୁ ସେ ଅଲମ୍ପିକରେ ଭାଗନେଇ ଗୋଲ୍ଡ ମେଡାଲ ଜିତିବାକୁ ଆଶା ରଖିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ