Masthead

ବିଦେଶ ମାଟିରେ ଭାରତର ଟେକ ରଖିଲେ ଓଡ଼ିଆ ପୁଅ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଭାରତ ପାଇଁ ଗର୍ବ ଆଣିଲେ ଓଡିଆ ପୁଅ । ଚାଇନାର ମକାଉ ଠାରେ ଅନୁଷ୍ଠିତ ସବ୍ ଜୁନିଅର ଉଷୁ ଚାମ୍ପିଅନସିପ୍ – ୨୦୨୩ରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ରମେଶ ମୁଣ୍ଡା । ତାଙ୍କ ଜନ୍ମସ୍ଥାନ କେନ୍ଦୁଝର ଜିଲ୍ଲାର ସିଆଲଯୋଡ । ଚାଇନାର ମକାଉ ଠାରେ ଗତ ୧୪ ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା ।

ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆକୁ ହରାଇ ସ୍ଵର୍ଣ୍ଣ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ରମେଶ । ଫଳରେ ଜନ୍ମ ମାଟିରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଲେଇପଦା ଛକରେ ପହଞ୍ଚିବା ପରେ ତାଙ୍କର ସହପାଠୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଫୁଲମାଳ ପିନ୍ଧାଇ ବନ୍ଦାପନା କରି ସ୍ୱାଗତ ଜଣାଇବା ସହ ଏକ ଶୋଭାଯାତ୍ରାରେ ପାଛୋଟିନେଇଥିଲେ । ଡିଜେ ଓ ଢୋଲର ତାଳେ ତାଳେ ନାଚରେ ମସଗୁଲ ହୋଇଯାଇଥିଲେ ସମସ୍ତେ ।

ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର କମ୍ପାନୀ ପକ୍ଷରୁ ସିଆଲଯୋଡ଼ା ସ୍ପୋର୍ଟସ ହଷ୍ଟେଲ ପରିସରରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ ରମେଶ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୋଚ୍ ପଙ୍କଜ ମହାନ୍ତଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନେ ମଧ୍ୟ ରମେଶଙ୍କୁ ଉପଢୌକନ ପ୍ରଦାନ କରିଥିଲେ ।

ଦେଓଝାର ପଞ୍ଚାୟତ ସରପଞ୍ଚ ଧ୍ରୁବ ଚରଣ ନାଏକ, ଜିନ୍ଦଲ କମ୍ପାନୀର ପ୍ଲାଣ୍ଟ ହେଡ୍, ଏମ ଡି ପୁରୁଷୋତ୍ତମ, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୁଦ୍ଧିଜୀବୀ, କ୍ରୀଡାପ୍ରେମୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗ୍ରାମବାସୀଙ୍କ ସହିତ ରମେଶଙ୍କ ବାପା ରୂପା ମୁଣ୍ଡା ଓ ମା’ ଶଙ୍କ ମୁଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସଭାରେ ରମେଶ ମୁଣ୍ଡା ଆଦିବାସୀ ‘ହୋ’ ଭାଷାରେ ନିଜର ଅନୁଭୂତି ବାଖାଣି ଥିଲେ । ଆଗକୁ ସେ ଅଲମ୍ପିକରେ ଭାଗନେଇ ଗୋଲ୍ଡ ମେଡାଲ ଜିତିବାକୁ ଆଶା ରଖିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ