Masthead

ମ୍ୟାଚ୍ ବେଳେ ଅଘଟଣ, ବଲ୍ ବାଜି ଟଳିପଡ଼ିଲେ କ୍ରିକେଟର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମ୍ୟାଚ୍‌ ବେଳେ ଅଘଟଣ। ଫିଲ୍ଡିଂ କରୁଥିବାବେଳେ ବାଜିଲା ବଲ୍ । ଆଉ ଟଳିପଡ଼ିଲେ କ୍ରିକେଟର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ମାଟୁଙ୍ଗା ସ୍ଥିତ ଦାଦକର ଖେଳ ପଡିଆରେ । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାୱାଲା । ସୋମବାର ଅପରାହ୍ଣରେ ଘଟିଛି ଏହି ଅଘଟଣ । ମହାରାଷ୍ଟ୍ରର ମଟୁଙ୍ଗାରେ ଥିବା ଦାଦ୍‌କର୍‌ ମୈଦାନରେ ଦୁଇଟି କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିଲା। ସେଥିରୁ ଗୋଟିଏ ମ୍ୟାଚ୍‌ରୁ ବଲ୍‌ ଆସି ଆଉ ଗୋଟିଏ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ଜଣେ ୫୨ ବର୍ଷୀୟ ଖେଳାଳିଙ୍କ ମୁଣ୍ଡରେ ଆସି ବାଜିଥିଲା।

ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନାନୁଯାୟୀ ଦାଦର ପାର୍ସିଂ କଲୋନି ସ୍ପୋର୍ଟିଂ କ୍ଲବ ଗ୍ରାଉଣ୍ଡରେ ଏହି ଅଘଟଣ ଘଟିଛି । ଏଠାରେ ଚାଲିଥିଲା ଟି-ଟ୍ୱେଣ୍ଟିର କୁଚ୍ଚି ଭିସା ଅସୱାଲ ବିକାଶ ଲିଜେଣ୍ଡ କପ୍ । ଏହି ଟୁର୍ଣ୍ଣାମେଣ୍ଟ ଖେଳନ୍ତି କେବଳ ୫୦ ବର୍ଷରୁ ଅଧିକ ବୟସର ଲୋକ । ଗ୍ରାଉଣ୍ଡରେ ଦୁଇଟି ମ୍ୟାଚ ଚାଲିଥିଲା । ଜୟେଶ ଗୋଟିଏ ମ୍ୟାଚର ଫିଲଡିଂ କରୁଥିବା ବେଳେ ପାଖରେ ଖେଳାଯାଉଥିବା ଅନ୍ୟ ମ୍ୟାଚର ବଲ୍ ତାଙ୍କ କାନ ମୁଣ୍ଡାରେ ବାଜିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ