Masthead

ବିଶ୍ୱସ୍ତରୀୟ ହେବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଶ୍ୱସ୍ତରୀୟ ହେବ ରାଜ୍ୟ ସଂଗ୍ରହାଳୟ । ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଖୁବଶୀଘ୍ର ଶେଷ ହେବ ବୋଲି ଜଣାପଡ଼ିଛି । ବିଶେଷକରି ନୂଆ ଗ୍ୟାଲେରୀ ସହିତ ଖାଲି ଥିବା ପଦବୀ ସବୁ ପୂରଣ ହେବ । ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ସଂଗ୍ରହାଳୟରେ ୫ଟି ନୂଆ ଗ୍ୟାଲେରୀ ଖୋଳଇବା ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ରାଜ୍ୟ ସଂଗ୍ରହାଳୟରେ ଥିବା ଆକର୍ଷଣୀୟ ଆଲୋକମାଳା ଏବଂ ଫାଟକ ସମ୍ନାରେ ଥିବା ଜଳଫୁଆରା ଉଭୟ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ବିମୋହିତ କରୁଛି । ରାଜ୍ୟ ସଂଗ୍ରହାଳୟରେ ମୋଟ୍ ୧୦୦ଟି ପଦବୀ ମଧ୍ୟରୁ ଏବେ ଅଧାରୁ ଅଧିକ ପଦବୀ ଖାଲି ପଡ଼ିଛି । ସେହିପରି ପୂର୍ବରୁ ନୌବାଣିଜ୍ୟ ଗ୍ୟାଲେରୀ ଖୋଲିଥିବା ବେଳେ ଚଳିତ ବର୍ଷ ଲଳିତକଳା ଏକାଡେମୀର ସୃଜନଶୀଳ ଆର୍ଟ ଗ୍ୟାଲେରୀ, ଗାନ୍ଧୀ ଗ୍ୟାଲେରୀ, ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଏବଂ ପଟ୍ଟଚିତ୍ର ଗ୍ୟାଲେରୀ ଖୋଲିବ । ସେହିପରି ପ୍ରତି ହୋଟେଲକୁ ଦିଆଯିବ ସଂଗ୍ରହାଳୟର କ୍ୟାଟଲଗ୍ । ଯାହାଦ୍ୱାରା ପର୍ଯ୍ୟଟକମାନେ ସଂଗ୍ରହାଳୟ ପ୍ରତି ଆକୃଷ୍ଟ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା