ନିଖୋଜ କମାଣ୍ଡୋ ମାଓବାଦୀଙ୍କ କବ୍ଜାରେ, ଛାଡ଼ିବା ପାଇଁ ରଖିଲେ ସର୍ତ୍ତ

ବିଜାପୁର (ବଡ଼ ଖବର ବ୍ୟୁରୋ): ଛତିଶଗଡର ବିଜାପୁରରେ ଘଟିଥିବା ନକ୍ସଲ ଘଟଣା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ନିଖୋଜ କମାଣ୍ଡୋ ରାକେଶ୍ୱରଙ୍କ ପତ୍ତା ମିଳିଛି। ନକ୍ସଲମାନେ ପ୍ରେସ ରିଲିଜ କରି ଜଣାଇଛନ୍ତି ଯେ ସେମାନଙ୍କ ପାଖରେ କମାଣ୍ଡୋ ରାକେଶ୍ୱର ଅଛନ୍ତି। କମାଣ୍ଡୋ ରାକେଶ୍ୱରଙ୍କୁ ଛାଡିବାକୁ ନକ୍ସଲମାନେ ସର୍ତ୍ତ ରଖିଛନ୍ତି। କମାଣ୍ଡୋଙ୍କୁ ମୁକୁଳାଇବା ପାଇଁ ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ ବୋଲି ମାଓବାଦୀ ପ୍ରେସ ରିଲିଜ୍‌ ଜାରି କରିଛନ୍ତି। ଏଥସହ ସୁରକ୍ଷାକର୍ମୀଙ୍କ ଠାରୁ ମାଓବାଦୀମାନେ ଛଡ଼ାଇ ନେଇଥିବା ବନ୍ଧୁକ ଓ ଗୁଳିଗୋଳାର ଫଟୋ ମଧ୍ୟ ସାର୍ବଜନୀନ କରିଛନ୍ତି। ସରକାର ମଧ୍ୟସ୍ଥିଙ୍କ ନାଁ ପ୍ରଥମେ ସାର୍ବଜନୀନ କରିବା ପରେ ଆମେ ଯବାନଙ୍କୁ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ। ସେ ପର୍ୟ୍ୟନ୍ତ ପଣବନ୍ଦୀ ଥିବା ଯବାନ ଜଣଙ୍କ ଆମ ପାଖରେ ସୁରକ୍ଷିତ ହୋଇ ରହିବେ। ମଧ୍ୟସ୍ଥିଙ୍କ ସହ ଆଲୋଚନା କରିବା ପରେ ଆମେ କମାଣ୍ଡୋଙ୍କୁ ଛାଡ଼ିବୁ କି ନାହିଁ ବିଚାର କରିବୁ ବୋଲି ପ୍ରେସ ରିଲିଜ୍‌ରେ କହିଛନ୍ତି।

ଅନ୍ୟପକ୍ଷରେ ଯବାନଙ୍କ ସହ ଏନକାଉଣ୍ଟ ବେଳେ ମାଓବାଦୀବାମାନେ ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଲୁଟ କରି ନେଇଥିବା ଫଟୋ ମଧ୍ୟ ଜାରି କରିଛନ୍ତି। ଫଟୋରେ ୧୪ଟି ବନ୍ଧୁକ, ୨୦୦୦ରୁ ଅଧିକ ଗୁଳି, ୮ରୁ ୧୦ଟି ୱାକିଟକି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଗୁଳିରେ ମାଓବାଦୀମାନେ ୨୦୨୧ ପିଏଲଜିଏ ମଧ୍ୟ ଲେଖିଛନ୍ତି।

ସୂଚନାଯୋଗ୍ୟ, ଶନିବାର ଛତିଶଗଡ଼ର ବିଜାପୁର-ସୁକମା ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ କମାଣ୍ଡୋ ରାକେଶ୍ୱର ନାମକ ସୁରକ୍ଷାକର୍ମୀ ନିଖୋଜ ଥିଲେ। ଆଜି ସେମାନଙ୍କ କବଜାରେ ରାକେଶ୍ୱର ଥିବା କଥା ସ୍ଵୀକାର କରିଛନ୍ତି। ତେବେ ଏନକାଉଣ୍ଟରେ ସେମାନଙ୍କର ୪ ଜଣ ସାଥୀ ପ୍ରାଣ ହରାଇ ୩ ଜଣଙ୍କ ଶବ ଆଣିବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କର ଆଣିପାରିନାହୁଁବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ