Masthead

ରାଜ୍ୟରେ ଦେଢ଼ ଲକ୍ଷ ବେଡ୍ ଦରକାର, ଅଛି ୨୬ ହଜାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ସ୍ୱାସ୍ଥ୍ୟ ବିଭାଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ କରିଛନ୍ତି ଟାର୍ଗେଟ । ମୋହନ ପଚାରିଛନ୍ତି ରାଜ୍ୟରେ ଦେଢ଼ ଲକ୍ଷ ବେଡ ଦରକାର ପଡ଼ୁଥିବା ବେଳେ ସରକାର ଉତ୍ତର ରଖୁଛନ୍ତି ମାତ୍ର ୨୫ହଜାର ୬୩୬ ବୋଲି। ଏହା କଣ ଏ ସରକାରଙ୍କର ବିଶ୍ୱସ୍ତରୀୟ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଶଯ୍ୟା ଅନୁପାତରେ ରୋଗୀ ସଂଖ୍ୟା ବଢିଲେ, ଅସ୍ଥାୟୀ ଶଯ୍ୟା ଯୋଗାଇ ଦିଆଯାଏ । କୌଣସି ରୋଗୀକୁ ଶଯ୍ୟା ଅଭାବରୁ ଫେରା ଯାଏ ନାହିଁ । ନିର୍ମଳ ଯୋଜନାରେ ହସ୍ପିଟାଲ ପରିସର ପରିଷ୍କାର କରାଯାଉଛି ।

୨୦୧୭-୧୮ ମସିହାରେ ୧୭, ୧୩୦ ଶଯ୍ୟା ଥିଲା । ଯାହା ୨୦୨୨-୨୩ ରେ ୨୫, ୬୩୬କୁ ବୃଦ୍ଧି କରାଯାଇଛି । ସେହିପରି ସମ୍ୱନ୍ୱିତ ସ୍ୱାସ୍ଥ୍ୟ ବିକାଶ ନୀତିରେ ଅଧିକ ୨୧,୩୪୨ ଶଯ୍ୟା ବୃଦ୍ଧି କରାଯିବ । ଗୃହରେ ଏହି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେପଟେ ସ୍ବାସ୍ଥ୍ୟକୁ ନେଇ ଗୃହରେ ସର୍ବଦଳୀୟ ସଦସ୍ୟଙ୍କ ଉଦବେଗ । ବିରୋଧୀଙ୍କ ସହ ତାଳ ମେଳାଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଦେବୀ ମିଶ୍ର । ଖାଲି ଏସସିବି କ’ଣ ପାଇଁ,ସବୁ ହସ୍ପିଟାଲରେ କ’ଣ ପାଇଁ ବିଶେଷଜ୍ଞ ରହିବେ ନାହିଁ। ଏହା ଉପରେ ମନ୍ତ୍ରୀ ଗୁରୁତ୍ଵ ଦିଅନ୍ତୁ ।

କିଛି ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ଦେବୀ ମିଶ୍ର। ବର୍ତମାନ ରାଜ୍ୟରେ ପ୍ରତି ହଜାର ରୋଗୀରେ ୦.୭% ଶଯ୍ୟା ଅଛି । ଆଇପିଏଚଏସ ନିୟମ ଅନୁସାରେ ହଜାରେ ରୋଗୀରେ ଶଯ୍ୟା ସଂଖ୍ୟା ୧% ରହିବା କଥା । ଯାହାକୁ ହାସଲ କରିବା ଦିଗରେ ରାଜ୍ୟ ସରକାର କାମ ଚଳାଇଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ଦୁଇଟି ପର୍ୟ୍ୟାୟରେ ୫ହଜାର ଡାକ୍ତର ନିଯୁକ୍ତି କରିବେ ରାଜ୍ୟ ସରକାର । ସେଥିରୁ ପ୍ରାଥମିକତା ଦୃଷ୍ଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରକୁ ଡାକ୍ତର ଦିଆଯିବ ବୋଲି ଗୃହରେ ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍